ବିମାନ ଶୌଚାଳୟ ଭିତରେ ଅଚିହ୍ନା ଯୁବକଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ମହିଳା

ନୂଆଦିଲ୍ଲୀ: ବିମାନର କକପିଟରେ ବିଭିନ୍ନ ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି। ନିକଟରେ ଗେଟଓ୍ଵିକ୍‌ ଏୟାରପୋର୍ଟରୁ ଉଡାଣ ଭରିଥିବା ଭର୍ଜିନ୍‌ ଆଟଲାଣ୍ଟିକ୍‌ ବିମାନର କି୍ରୟୁ ସଦସ୍ୟ ବିମାନ ଶୌଚାଳୟ ଭିତରୁ ଯୁବକ-ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଶ୍ଚର୍ଯ୍ୟ କଥା ହେଉଛି ଏ ଦୁହେଁ ଦୁହିଁଙ୍କୁ ଜାଣିନ୍ତି ନାହିଁ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୩ ତାରିଖରେ ଜଣେ ମହିଳା ଜଣେ ଅଚିହ୍ନା ଯୁବକଙ୍କୁ ବିମାନ ଭିତରେ ଚୁମ୍ବନ ଦେଇଥିଲେ। ଏହାପରେ ଦୁହେଁ ବିମାନ ଶୌଚାଳୟ ଭିତରକୁ ଚାଲି ଯାଇଥିଲେ। ଦୁହିଁଙ୍କୁ ଏକାଠି ଶୌଚାଳୟ ଯିବା ଦେଖି ଅନ୍ୟ ଏକ ଯାତ୍ରୀ ବିମାନ ଆଟେଣ୍ଡେଟକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ତିନିଜଣ ବିମାନ ଆଟେଣ୍ଡେଣ୍ଟ ଶୌଚାଳୟ ଯାଇ କବାଟ ଠକ୍‌ଠକ୍‌ କରିଥିଲେ। ଯେତେବେଳେ କବାଟ ଖୋଲିଥିଲେ ସେତେବେଳେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ।

ଏହି ଯୁବକ-ଯୁବତୀଙ୍କ ପାଖରେ ବସିଥିବା ଜଣେ ଯାତ୍ରୀ କହନ୍ତି, ଅପରାହ୍ନ ୧୨.୩୦ ସମୟରେ ବିମାନରେ ମହିଳା ଜଣଙ୍କ ମଦ୍ୟପାନ କରି ଚଢ଼ିଥିଲେ। ସେ ବହୁତ ମିଳାପୀ ସ୍ୱଭାବର ଥିଲେ। ପ୍ରଥମେ ମୋର ଏବଂ ମୋର ଜଣେ ସାଥୀ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ମହିଳା ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହୋଇଥିଲେ। କିଛି ସମୟ ପରେ ସେ ଯୁବକଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ମହିଳା ଶୌଚାଳୟ ଯାଇଥିଲେ ଓ ତାଙ୍କ ପଛେପଛେ ସେହି ଯୁବକ ବି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର