ନୂଆଦିଲ୍ଲୀ: ବିଜୟନଗର ଜିଲ୍ଲାରେ ଜଣେ ନବବିବାହିତା ବିବାହର ୧୦ଦିନ ପରେ ନିଜ ସ୍ୱାମୀଙ୍କ ହତ୍ୟା କରିବା ପାଇଁ ବି ପଛାଇ ନଥିଲା। ହତ୍ୟା କରିବା ପଛର କାରଣ ସେ ତାର ସ୍ୱାମୀଙ୍କୁ ପସନ୍ଦ କରୁ ନଥିଲା। ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସେ କିଛି ବେରୋଜଗାର ବିଟେକ୍ ଛାତ୍ରଙ୍କୁ ସୁପାରି ଦେଇଥିଲା। ତେବେ ସୁପାରି ଆକାରରେ ମହିଳା ୧୮ହଜାର ଟଙ୍କା ସହିତ ନିଜ ବିବାହ ମୁଦିକୁ ଦେଇଥିଲା।
/sambad/media/post_attachments/wp-content/uploads/2018/05/download-3-4-300x168.jpg)
ସୂଚନାଯୋଗ୍ୟ, ଏହି ଦମ୍ପତ୍ତିଙ୍କ ବିବାହ ଏପ୍ରିଲ ୨୮ରେ ଖୁବ୍ ଧୁମ୍ଧାମ୍ରେ ହୋଇଥିଲା। ତେବେ ସ୍ୱାମୀଙ୍କୁ ହତ୍ୟା କରିବା ପଛରେ ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସେ ୩୦ବର୍ଷୀୟ ସ୍ୱାମୀ ଗୌରିଶଙ୍କରଙ୍କୁ ପସନ୍ଦ କରୁ ନଥିଲା। ତେଣୁ ସ୍ୱାମୀକୁ ହତ୍ୟା କରି ନିଜ ପ୍ରେମିକ ମଧୁ ଶିବ ସହିତ ରହିବାକୁ ଚାହୁଁଥିଲା। ତେଣୁ ସେ ନିଜ ସ୍ୱାମୀ ଗୌରିଶଙ୍କରଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିିଥିଲା।
/sambad/media/post_attachments/wp-content/uploads/2018/05/murder-husband-300x224.jpg)
ଏହି ମାମଲାର ପର୍ଦ୍ଦାଫାସ ଖୁବ ନାଟକୀୟ ଢ଼ଙ୍ଗରେ ହୋଇଥିଲା। ମହିଳା ପ୍ରଥମେ ଥାନାକୁ ଆସି ଅଭିଯୋଗ କରି କହିଥିଲା କି ତିନିଜଣ ଯୁବକ ଆସି ତାଙ୍କ ଗହଣା ଲୁଟି ନେବା ସହିତ ସ୍ୱାମୀକୁ ହତ୍ୟା କରି ଦେଇଛନ୍ତି। ଏହାପରେ ପୁଲିସ ପ୍ରତ୍ୟେକ ଦିଗରୁ ଛାନ୍ଭିନ୍ କରିବା ପରେ ମହିଳାଙ୍କ ଅଭିଯୋଗ ଉପରେ ସନ୍ଦେହ ହୋଇଥିଲା। ପୁଲିସ ଯାଞ୍ଚରୁ ଜାଣିବାକୁ ପାଇଲା ମହିଳା ହିଁ ଏହି ହତ୍ୟା ଘଟଣାରେ ସାମିଲ ଅଛନ୍ତି। ମହିଳା ନିଜ ପ୍ରେମିକ ସହ ମିଶି ଏସ୍.ରାମ କୃଷ୍ଣ, ମେରୁଜୁ ଗୋପି, ଓ ଗୁରଲା ବଙ୍ଗାରୁରାଜଙ୍କୁ ସ୍ୱାମୀ ଗୌରୀଶଙ୍କରଙ୍କୁ ମାରିବା ପାଇଁ ସୁପାରିସ ଦେଇଥିଲା। ପୁଲିସ ସ୍ୱରସ୍ୱତୀକୁ ଗିରଫ କରିବା ସହିତ ଏଥିରେ ସାମିଲ ଥିବା ଅନ୍ୟ ହତ୍ୟାକାରୀଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚାଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/husband_murder_plan__1525869135_618x347.jpeg)