ନାବାଳିକା ଭଲିବଲ ଖେଳାଳିଙ୍କୁ ହତ୍ୟା ଧମକ ଦେଇ ଦୁଷ୍କର୍ମ କରୁଥିଲେ କୋଚ୍‌, ଦେଢ଼ ବର୍ଷ ପରେ ସାମ୍ନାକୁ ଆସିଲା ଘଟଣା

ଚଣ୍ଡିଗଡ଼ : ଏଇ କିଛି ଦିନ ମଧ୍ୟରେ ଦୁଷ୍କର୍ମ ଏବଂ ଅସଦାଚରଣର ମାମଲା କମ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଏ ନେଇ ବିଭିନ୍ନ ଆଇନ୍‌ ଏବଂ ଦୋଷୀକୁ ଦଣ୍ଡ ଦିଆଯାଉଥିବା ବେଳେ ଏ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଏବେ ଘର ବାହାରେ, ଭିତରେ ଏମିତି କି ସ୍କୁଲରେ ମଧ୍ୟ ପିଲାମାନେ ସୁରକ୍ଷିତ ନାହାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ରେଓ୍ଵାରି ଗ୍ରାମରେ । ରେଓ୍ଵାରିରେ ରହୁଥିବା ଜଣେ ନାବାଳିକା ଭଲିବଲ ଖେଳଳିଙ୍କ ସହିତ ଦେଢ଼ ବର୍ଷ ଧରି ଦୁଷ୍କର୍ମ କରାଯାଉଥିବା ଘଟଣା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଉଛି ନାବାଳିକା ସହ ଆଉ କେହି ନୁହଁ ବରଂ ତାଙ୍କର କୋଚ୍‌ ଏଭଳି ଅପରାଧ କରିଥିଲେ ।

Indiatimes.com

ଦେଢ଼ ବର୍ଷ ଦୁଷ୍କର୍ମର ଶିକାର ହୋବ ପରେ ଯେତେବେଳେ ପୀଡ଼ିତା ମନା କରିଥିଲେ ସେ ସମୟରେ ମାରିବାର ଧମକ ଦେଇଥିଲେ କୋଚ୍‌ ଗୌରବ ଦେଶଓ୍ଵାଲ । ଦେଢ଼ ବର୍ଷ ଚୁପ୍‌ ରହିବା ପରେ ମାରିବାର ଧମକ ପାଇ ସେ ଶେଷରେ ପୁଲିସ ଆଗରେ ଅଭିଯୋଗ କରିଥିଲେ । ପୀଡ଼ିତା ଦେଇଥିବା ଲିଖିତ ଅଭିଯୋଗରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଗୁରୁଗ୍ରାମ, ରୋହ୍‌ତକ୍‌ ଏବଂ ଅନ୍ୟ କିଛି ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ ଗୌରବ । ଏହି ଅଭିଯୋଗ ପାଇବା ପରେ ପୋସ୍କ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଗୌରବଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର