ପାଣିପମ୍ପ୍‌ ଚୋରି କରି ଜେଲ ଗଲେ ଯୁବକ

ବାଲିଅନ୍ତା : ପାଣିପମ୍ପ ଚୋରି ମାମଲାରେ ବାଲିଅନ୍ତା ଥାନା ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଳକାଟି ଫାଣ୍ଡି ଅଧୀନ ଚାରିମାଣିଆ ଅଞ୍ଚଳର ତୋଫାନ ଭୋଇ (୩୫)। ଏଥିସହିତ ପୁଲିସ ତୋଫାନ୍‌ ନିକଟରୁ ଚୋରି ପମ୍ପ୍‌ଟିକୁ ମଧ୍ୟ ଜବତ କରିଛି। ଏ ସଂପର୍କରେ ନାଗପୁର ଗ୍ରାମର ଶରତ ପ୍ରଧାନ ଗତ ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଶରତଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନାରେ କେସ୍‌ ନମ୍ବର ୯୭/୧୮ ରେ ଏକ ମାମଲା ରୁଜୁ ହୋଇଛି। ତେବେ ତୋଫାନ୍‌ର ଜାମିନ ନାମଂଜୁର ହୋଇଯିବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର