କର୍ମଚାରୀ ଗିରଫ, ପ୍ଲାଷ୍ଟିକ୍‌ ପାଣିଟାଙ୍କି ଜବତ

0 288

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ପୁଲିସ ଏକ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଗିରଫ କରିବା ସହ ୪ଟି ପ୍ଲାଷ୍ଟିକ୍‌ ପାଣି ଟାଙ୍କି ଜବତ କରିଛି। ସେ‌ ହେଲା ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳର କରୁଣାକର ମଲ୍ଲିକ(୩୬)। ଏଠାରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହି ଏକ ଟ୍ରେଡିଂ ସଂସ୍ଥାରେ କାମ କରୁଥିଲା। କିଛିଦିନ ତଳେ କରୁଣାକର ଗୋଦାମରେ ଥିବା ପାଣିଟାଙ୍କିକୁ ନେଇଯାଇଥିଲା। ସଂସ୍ଥାର ମାଲିକ ରାଜେଶ ଖୋଳତାଡ଼ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଏଥିରେ କରୁଣାକର ଟାଙ୍କିଗୁଡ଼ିକ ଚୋରି କରିଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଗୁରୁବାର ବିଳମ୍ବିତ ରାତିରେ କରୁଣାକରକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.