ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରୁ ବାହାର କରିଦେବାରୁ ଗ୍ରୁପ୍‌ର ଆଡ଼୍‍ମିନ୍‌ଙ୍କୁ ନିସ୍ତୁକ ମାଡ଼ ସହ ବନ୍ଧୁକ ଦେଖାଇ ଦେଲେ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଯୁବକଙ୍କୁ ଗୋଟିଏ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରୁ ବାହାର କରି ଦିଆଯିବାରୁ ତାହାର ପ୍ରତିଶୋଧ ନେଇଛନ୍ତି ଯୁବକ । ପ୍ରତିଶୋଧ ନେବାକୁ ଯାଇ ସେ ଗ୍ରୁପ୍‌ର ଆଡ଼୍‍ମିନ୍‌ଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିବା ଜଣା ପଡ଼ିଛି । ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଏହି ମାମଲାର ସମାଧାନ କରିବାର ପ୍ରୟାସ ଆରମ୍ଭ କରିଛି ।

Zee News

ସୂଚନା ମୁତାବକ, ଏହି ଘଟଣା ଛାତ୍ରସଂଘ ନିର୍ବାଚନକୁ ନେଇ ହୋଇଥିବା ଜଣା ପଡ଼ିଛି । ଲଚ୍ଛା ଗାଁରେ ଥିବା ଯୁବକଙ୍କ ଏକ ହ୍ଵାଟସଆପ୍‌ ଗ୍ରୁପ୍‌ ଥିବା ବେଳେ ଗ୍ରୁପ୍‌ରେ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରାଯାଉଥିଲା । କିନ୍ତୁ ଆଡ଼୍‍ମିନ୍‌ ହାଠତ୍‌ ଗ୍ରୁପ୍‌ରୁ ଜଣେ ଯୁବକଙ୍କୁ ହଟାଇ ଦେଇଥିଲେ । ଏ ନେଇ ଯୁବକଜଣଙ୍କ ରାଗି ଯାଇ ଆଡ଼୍‍ମିନ୍‌ଙ୍କୁ ପୁଣି ଥରେ ତାଙ୍କୁ ଗ୍ରୁପ୍‌ରେ ଆଡ଼୍‍ କରିବାକୁ କହିଥିଲେ । କିନ୍ତୁ ଆଡ଼୍‍ମିନ୍‌ ଏପରି କରି ନଥିଲେ । ଯାହା ପରେ ଯୁବକଜଣଙ୍କ ରାଗିଯାଇ ଆଡ଼୍‍ମିନ୍‌ଙ୍କ ଘରେ ପହଞ୍ଚିବା ସହ ତାଙ୍କୁ ମାଡ଼ ମାରିଥିଲେ । ଏବଂ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର