ବିବାହ ପାଇଁ ବାଧ୍ୟ କରିବାରୁ ସାଙ୍ଗମାନଙ୍କ ସହ ପ୍ରେମିକାକୁ ଦୁଷ୍କର୍ମ କଲା ପ୍ରେମିକ, ଘଟଣାର ଭିଡିଓ କରିବାକୁ ବି ପଛାଇଲା ନାହିଁ

ସହରାନପୁର : ଉତ୍ତର ପ୍ରଦେଶର ସାହରନପୁରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ପ୍ରେମ ବନ୍ଧନର ଦୁଃଖ ଭରା ଅନ୍ତ ହେବା ସହ ବିବାହ କରିବାକୁ ବାଧ୍ୟ କରିବାରୁ ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ କରିଛି ପ୍ରେମିକ । ଖାଲି ସେତିକି ନୁହଁ, ତାଙ୍କର ଜଣେ ସାଙ୍ଗ ପ୍ରେମିକାକୁ ଦୁଷ୍କର୍ମ କରୁଥିବା ବେଳେ ପ୍ରେମିକ ତାହାର ଭିଡ଼ିଓ ବନାଇଥିବା ଜଣାପଡ଼ିଛି । ଏ ନେଇ ଅଭିଯୋଗ ହେବା ପରେ ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ବାପା ଦୁଇ ଅଭିଯୁକ୍ତକୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ଏ ନେଇ ପୀଡ଼ିତାଙ୍କୁ ପଚରାଯିବା ପରେ ପୂରା ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ ପ୍ରେମିକା ।

mangalam.com

ପଡ଼ୋଶୀ ଘରେ ରହୁଥିବା ଜଣେ ଯୁବକ ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ୪ ମାସ ଧରି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ୪ ମାସ ପରେ ପୀଡ଼ିତା ବିବାହ କରିବାକୁ ବାଧ୍ୟ କରିବାରୁ ପ୍ରେମିକ ଦେଖା କରିବା ପାଇଁ ଏକ ଜନମାନବଶୂନ୍ୟ ସ୍ଥାନକୁ ତାଙ୍କୁ ଡ଼ାକିଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ପ୍ରେମିକ ନିଜର ଜଣେ ସାଙ୍ଗ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଭିଡ଼ିଓ ବନାଇଥିଲେ । ଏ ନେଇ ପୀଡ଼ିତାଙ୍କ ବାପା ଜାଣିବା ପରେ ପୀଡ଼ିତାଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ୍‌ କରିଥିଲେ । କିନ୍ତୁ ବିବାହ ଦିନ ଜାଣିଶୁଣି ପ୍ରେମିକ ଜଣକ ପୀଡ଼ିତାଙ୍କ ଭାବି ସ୍ୱାମୀଙ୍କୁ ଦୁଷ୍କର୍ମ ଭିଡ଼ିଓ ଦେଖାଇବା ସହ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରି ଦେଇଥିଲେ । ଯାହା ପରେ ବର ବିବାହ ପାଇଁ ମନା କରି ଦେଇଥିଲା । ଏହି ଘଟଣା ପରେ ପୀଡ଼ିତାଙ୍କ ବାପା ପୁଲିସରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ, ଯାହାର ତଦନ୍ତ ଏବେ ଜାରି ରହିଛି ।

ସମ୍ବନ୍ଧିତ ଖବର