ଭାଇ ମରିଯିବା ପରେ ଭାଉଜ ସହ ଶାରୀରିକ ସଂପର୍କ ରଖିଲା ଦିଅର, ବାହା ହେବା ପାଇଁ କଥା ଦେଇ ପରେ ଭାଉଜକୁ ଛାଡ଼ି ଫେରାର୍‌

ମୁଜାପର୍‌ନଗର: ମୁଜାଫର୍‌ନଗରର ଜଣେ ବିଧବ ମହିଳା ତାଙ୍କ ଦିଅରଙ୍କ ନାମରେ ଏକ ଜଘନ୍ୟ ଅପରାଧର ଅଭିଯୋଗ ଆଣିଛନ୍ତି। ମହିଳା ଜଣକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଦିଅର ମିଛ ପ୍ରଲ୍ଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଛନ୍ତି।। ଖାଲି ସେତିକି ନୁହେଁ, ମହିଳାଙ୍କ ଦିଅର ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଏପରି କରିଥିବା ମଙ୍ଗଳବାର ପୁଲିସ୍‌ ସୂଚନା ଦେଇଛି।

ମହିଳା ଜଣକ ସ୍ୱାମୀଙ୍କ ମୃତ୍ୟୁ ପରେ ସାହାରା ପାଇବା ପାଇଁ ଦିଅରଙ୍କ କଥାରେ ଭଳି ଯାଇଥିଲେ। ତାଙ୍କ ଦିଅର ତାଙ୍କୁ ବିବାହ କରି ତାଙ୍କ ସହ ପୁଣି ନୂଆ ସଂପର୍କ ଆରମ୍ଭ କରିବେ ବୋଲି ବହୁ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପଛରେ ଜାଣିବାକୁ ମିଳିଲା ଯେ ମହିଳାଙ୍କ ଦିଅର କେବଳ ଶରୀର ଲୋଭରେ ତାଙ୍କୁ ମିଥ୍ୟା ଆଶ୍ୱାସନା ଦେଇଥିଲେ। ପରେ ପରିବାର ଲୋକଙ୍କ ଚାପରେ ପଡ଼ି ଅଭିଯୁକ୍ତ ଦିଅର ମହିଳାଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। କେଉଁଆଡ଼େ ଫେରାର୍‌ ହୋଇଯାଇ ଥିବା ଏହି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର