ବିବାହର ୧୦ ଦିନ ପରେ ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ, ଥାନାରେ ପହଞ୍ଚିିଲେ ନବବଧୂ

1 2,723

ବରେଲି: ପ୍ରଥମେ ବିଭାହାର ପ୍ରଲୋଭନ ଦେଖାଇ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କଲେ। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବାକୁ କହିବାରୁ ତାଙ୍କୁ ନେଇ ଗୁପ୍ତରେ ଏକ ମନ୍ଦିରରେ ଗାନ୍ଧର୍ବ ରୀତିରେ ବିବାହ କଲେ। ମାତ୍ର ବିବାହର ୧୦ ଦିନ ନ ପୁରୁଣୁ ଆରମ୍ଭ ହେଲା ନିର୍ଯାତନା। ନବବଧୂଙ୍କୁ ସ୍ୱାମୀଙ୍କ ବନ୍ଧୁମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ ସ୍ୱାମୀ। ମାତ୍ର ଏଥିରେ ନବବଧୂ ଜଣକ ରାଜି ନ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ସ୍ୱାମୀ। ଏପରିକି ତାଙ୍କୁ ଏଥିପାଇଁ ହତ୍ୟା କରିବେ ବୋଲି ମଧ୍ୟ ସ୍ୱାମୀ ଧମକ ଦେଇଥିଲେ। ପରେ କୋଲକାତାର ବଦନାମ ଗଳିର ଜଣଙ୍କୁ ବିକ୍ରି କରିଦେବାକୁ ସ୍ୱାମୀ ଯୋଜନା କରୁଥିବା ଜାଣି ଶେଷରେ ଯୁବତୀ ଜଣକ ଆସି ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୁଲିସ ଧଫା ୫୦୬ ଓ ୩୭୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ମହିଳାଜଣକ ଥାନାର ଦ୍ୱାରସ୍ଥ ହେବା ପରେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଛନ୍ତି।
ଉତ୍ତରପ୍ରଦେଶର ବରେଲି ସହରର କୋଟଓ୍ଵାଲି ଥାନା ଅଞ୍ଚଳର ଜଣେ ୨୮ ବର୍ଷୀୟ ଟ୍ରାକ୍ସି ଚାଳକ ବିବାହର ପ୍ରଲୋଭନ ଦେଖାଇ ସେହି ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କଲେ। ପରେ ଯୁବତୀଙ୍କ ବାଧ୍ୟ ବାଧକତାରେ ତାଙ୍କୁ ନେଇ ସମ୍ପୃକ୍ତ ଟ୍ୟାକ୍ସିଚାଳକ ଜଣକ ଏକ ମନ୍ଦିରରେ ୧୦ ଦିନ ତଳେ ବିବାହ କରିଥିଲେ। ବିବାହ ପରେ ଯୁବକଙ୍କ ମତିଗତି ବଦଳି ଯାଇଥିିଲା। ବିବାହର ୧୦ ଦିନ ବିତି ନାହିଁ ଯୁବକ ଜଣକ ତାଙ୍କୁ ପତ୍ନୀଙ୍କୁ କହିଲେ ସେ କେବଳ ଗୋଟିଏ ସର୍ତ୍ତରେ ତାଙ୍କୁ ପାଖରେ ରଖିବେ। ସର୍ତ୍ତ ହେଉଛି ସେ ତାଙ୍କ ବନ୍ଧୁ ଓ ଅନ୍ୟ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ। ଯଦି ଏହା ସେ ନ କରନ୍ତି, ତେବେ ତାଙ୍କୁ ସେ ପଶ୍ଚିମବଙ୍ଗର ଜଣେ ଲୋକଙ୍କୁ ବିକ୍ରି କରିଦେବେ। ଏହା ଶୁଣିବା ପରେ ଅତ୍ୟନ୍ତ ଭୟଭୀତ ଯୁବତୀ ଜଣକ ଆସି କୋଟଓ୍ଵାଲି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। କୋଟଓ୍ଵାଲି ଥାନାର ଥାନାଧିକାରୀ ଗୀତେଶ କପିଲ କହିଛନ୍ତି ଯେ ଅଭିଯୁକ୍ତ ସ୍ୱାମୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Ashadho says

    Respected Shri.Niranjan Patnaik Saab, Respected Shri.Soumya Ranjan Patnaik Saab three days ago in Lumbini Vihar Budha Park someone was telling that A married Person has impregnated his Wife’s Sister who is also staying with the Couple and during the absence of the Wife who is working.The surprise is that he impregnated both female at one time and both the Female are mutually interested to live with one man and hence no dispute over the Pregnancy between the two female.