ଡାକ୍ତର ସ୍ୱାମୀର ଅବୈଧ ସଂପର୍କ ବିଷୟରେ ଜାଣି ପ୍ରେମିକା ଘରେ ନିଆଁ ଲଗାଇଲା ସ୍ତ୍ରୀ, ପୁଅ ସହ ଜୀବନ୍ତ ଦଗ୍ଧ ହେଲା ପ୍ରେମିକା

ଭରତପୁର(ରାଜସ୍ଥାନ) : ରାଜସ୍ଥାନର ଭରତପୁରରେ ଏକ ଲୋମଟାଙ୍କୁରି ଦେବା ଭଳି ଘଟଣା ଘଟିଛି । ସ୍ୱାମୀର ଅନ୍ୟ ଜଣେ ମହିଳା ସହ ଅବୈଧ ସଂପର୍କ ଥିବା ଜାଣି ସ୍ତ୍ରୀ ନିଜ ଶାଶୁ ସହ ମିଶି କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ରହୁଥିବା ଘରକୁ ଯାଇ ପ୍ରେମିକା ଓ ତା’ ପୁଅ ଦେହରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇବା ପରେ ବାହାରପଟୁ କବାଟ ଦେଇ ଦେଇଥିଲେ ମହିଳା । ଯାହାଦ୍ୱାରା ଦୁହେଁ ବାହାରକୁ ନ ଆସି ପାରି ଜିଅନ୍ତା ଜଳି ଯାଇଥିଲେ । ଏହି ଘଟଣା ପରେ ଉଭୟ ମହିଳା ଓ ତାଙ୍କ ଶାଶୁ ପୁଲିସ ଆଗରେ ନିଜର ଦୋଷ ମାନିନେବା ସହ ପୁଲିସ ଡାକ୍ତର ସ୍ୱାମୀ ସହ ଦୁଇଜଣଙ୍କୁ ଅଟକ ରଖିଛି । ପଚରାଉଚରା ସମୟରେ ନିଆଁ ଲଗାଇବା ପରେ ଅଭିଯୁକ୍ତ ମହିଳା ନିଜେ ଅଗ୍ନିଶମ ବିଭାଗକୁ ଫୋନ କରି ଡ଼କାଇଥିଲେ ବୋଲି ଜଣା ପଡ଼ିଛି । ମୃତକଙ୍କ ନାଁ ଦୀପା ଦେବୀ ଓ ସୂର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି ।

डॉक्टर पति की प्रेमिका के घर में पत्नी ने लगाई आग, बेटे संग ज‍िंदा जली
aajtak.intoday.in

 

ସୂଚନା ମୁତାବକ, ମୃତକ ଦୀପା ଦେବୀ ସ୍ୱାମୀ ଗଜରାଜ ସିଂହଙ୍କଠାରୁ ଅଲଗା ହେବା ପରେ ନିଜ ପୁଅକୁ ଧରି ଡାକ୍ତର ସୁଦୀପ ଗୁପ୍ତାଙ୍କ ଘରକୁ ଭଡ଼ାରେ ରହିବାକୁ ଆସିଥିଲେ । ଯାହା ପରେ ଧିରେ ଧିରେ ଦୀପା ଓ ସୁଦୀପଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଏ ନେଇ ସୁଦୀପଙ୍କ ପତ୍ନୀ ସୀମା ଗୁପ୍ତାଙ୍କୁ ସୂଚନା ମିଳିବା ପରେ ସେ ରାଗି ଯାଇଥିଲେ । ଗୁରୁବାର ସୀମା ନିଜ ଶାଶୁଙ୍କ ସହ ଦୀପା ରହୁଥିବା ଘରକୁ ଯାଇ ଦୀପା ଓ ତା’ର ପୁଅ ସୂର୍ଯ୍ୟ ଉପରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ବାହାରପଟୁ କବାଟ ଦେବା ସହ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ ସୀମା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର