ମହିଳାଙ୍କ ଗୁପ୍ତାଙ୍ଗରୁ ଅସ୍ତ୍ରୋପଚାର କରି ଡ଼ାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ,ସ୍ୱାମୀ ଗଣଦୁଷ୍କର୍ମର ଅଭିଯୋଗ କରୁଥିବା ବେଳେ ହୋସ ଆସିବା ପରେ ସ୍ତ୍ରୀ ଜଣାଇଲେ ପ୍ରକୃତ ଘଟଣା
ମୁଜାଫରପୂର : ବିହାରର ମୁଜାଫରପୁରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ମହିଳାଙ୍କ ଗୁପ୍ତାଙ୍ଗରୁ ଷ୍ଟିଲ ଗ୍ଲାସ ବାହାରିବା ଘଟଣାକୁ ନେଇ ପୁଲିସ ସମେତ ଡ଼ାକ୍ତର ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିବା ବେଳେ ପୀଡ଼ିତା ହୋସକୁ ଆସି ପ୍ରକୃତ ସତ ଜଣାଇଥିଲେ । ଯାହା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଘଟଣାକୁ ପୀଡ଼ିତାଙ୍କ ସ୍ୱାମୀ ଗଣଦୁଷ୍କର୍ମର ନାଁ ଦେଇଥିବା ବେଳେ ପ୍ରକୃତ ଘଟଣା ଥିଲା କିଛି ଅଲଗା । ପ୍ରଥମେ ପୀଡ଼ିତାଙ୍କ ସ୍ୱାମୀ ମିଡ଼ିଆ ଏବଂ ପୁଲିସକୁ ଭ୍ରମିତ କରିଥିବା ବେଳେ ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତାଙ୍କ ସ୍ୱାମୀ ପ୍ରଥମେ ୩ ଜଣ ଅଜ୍ଞାତ ଯୁବକଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିବା ବେଳେ ପୀଡ଼ିତା ଏହାକୁ ମିଛ ବୋଲି କହିଥିଲେ । ବୁଧବାର ଏହି ଘଟଣା ଘଟିଥିବା ବେଳେ ଶନିବାର ପୀଡ଼ିତା ପୁଲିସକୁ ସବୁ ସତ କଥା ଜଣାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ,ବୁଧବାର ତାଙ୍କ ଭଉଣୀ ଛଟ୍ ପୂଜାର ପ୍ରସାଦ ନେଇ ଆସିଥିବା ବେଳେ ତାଙ୍କ ସ୍ୱାମୀ ରାଗରେ ଘରକୁ ଆସି ପୀଡ଼ିତାଙ୍କୁ ନିଜ ଶୋଇବା ଘରକୁ ନେଇ ଯାଇଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ଅଭିଯୁକ୍ତ ସ୍ୱାମୀ ରାଗରେ ଏକ ଷ୍ଟିଲ ଗ୍ଲାସ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ । ଯାହା ପରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେଉଥିବା ଦେଖି ଅଭିଯୁକ୍ତ ସ୍ୱାମୀ ସେଠାରୁ ଫେରାର ହେବା ପରେ ପଡ଼ୋଶୀମାନେ ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୂରା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣାପଡ଼ିଛି ।