ପର୍ଣ୍ଣ ଫିଲ୍ମ ଦେଖି ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ, ନ ମାନିବାରୁ ଦେଲା ତଲାକ୍‌

ନୂଆଦିଲ୍ଲୀ : ହରିୟାଣାର ପାନିପତ ସହରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ଅପ୍ରାକୃତିକ ଯୌନ ସମ୍ଭନ୍ଧ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ,ସ୍ୱାମୀ ପର୍ଣ୍ଣ ଫିଲ୍ମ ଦେଖି ମୋ ସହ ସେହି ଭଳି କରିବାକୁ ଚେଷ୍ଟା କରୁଥିଲେ । ମୁଁ ସେଭଳି କରିବା ପାଇଁ ମନା କରିବାରୁ ସେ ମୋତେ ତଲାକ୍‌ ଦେବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏ ନେଇ ମହିଳା ପୁଲିସକୁ ଇଞ୍ଜିନିୟର ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ସହ ଶଶୁର ମଧ୍ୟ ତାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ କରିଛନ୍ତି।

oneindia.com

ସୂଚନା ମୁତାବକ, ଅଭିଯୁକ୍ତ ସ୍ୱାମୀ ସବୁ ଦିନ ରାତିରେ ପର୍ଣ୍ଣ ଫିଲ୍ମ ଦେଖି ତାଙ୍କୁ ସେଭଳି କରିବାକୁ କହୁଥିବା ବେଳେ ପୀଡ଼ିତା ମନା କରି ଦେଇଥିଲେ । ଯାହା ଦ୍ୱାରା ଅଭିଯୁକ୍ତ ସ୍ୱାମୀ ରାଗରେ ପୀଡ଼ିତାଙ୍କୁ ତଲାକ୍‌ ଦେବା ସହ ଘରୁ ବାହାର କରି ଦେଇଥିଲେ । ଏ ନେଇ ସେ ତାଙ୍କ ଶଶୁରଙ୍କୁ ଜଣାଇବା ପରେ ପୀଡ଼ିତାଙ୍କୁ ସମାଧାନ କରିବା ବାହାନାରେ ଦିଲ୍ଲୀ ନେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଶଶୁରଙ୍କ ଏଭଳି କାମ ବିଷୟରେ ଶାଶୁଙ୍କୁ ଜଣାଇବା ପରେ ଶାଶୁ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ଅନ୍ୟ କୌଣସି ବାଟ ନ ପାଇ ସେ ପୁଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ ।

ସମ୍ବନ୍ଧିତ ଖବର