ବିବାହର ୨୧ ବର୍ଷ ପରେ ୩ଟି ସନ୍ତାନର ବାପା ହୋଇ ସାରିଥିବା ବ୍ୟକ୍ତିଙ୍କୁ ତୁମେ ବାପା ହେବାକୁ ଅକ୍ଷମ ବୋଲି କହିଲେ ଡ଼ାକ୍ତର, ତା’ ପରେ..

ନୂଆଦିଲ୍ଲୀ : ବ୍ରିଟେନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ୨୧ ବର୍ଷ ପରେ ଜଣେ କୋଟିପତିଙ୍କୁ ତାଙ୍କ ସ୍ତ୍ରୀ କହିଥିବା ମିଛ ସାମ୍ନାକୁ ଆସିଯିବା ପରେ ତାଙ୍କ ଜୀବନର ସବୁ ଖୁସୀ ମଉଳି ଯାଇଛି । ସେ ଯାହାକୁ ନିଜର ସନ୍ତାନ ବୋଲି ଭାବୁଥିଲେ, ସେ ପ୍ରକୃତରେ ଆଉ କାହାର ବୋଲି ଜାଣି ହତବାକ୍‌ ହୋଇଯାଇଛନ୍ତି କୋଟିପତି । ଏହି ୫୫ ବର୍ଷୀୟ ବ୍ୟକ୍ତି ନିଜ ସହ ଧୋକା ହେବା ପରେ ନ୍ୟାୟ ପାଇଁ ଅଦାଲତରେ ପହଞ୍ଚିଥିଲେ । କିନ୍ତୁ ପ୍ରଥମେ ବିଚାରପତି ତାଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିବା ବେଳେ ପରେ ଡ଼ାକ୍ତରୀ ରିପୋର୍ଟ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସବୁ ଜଣା ପଡ଼ିବା ପରେ ଅଦାଲତ ରିଚାର୍ଡ଼ ମେସନ୍‌ଙ୍କ ପତ୍ନୀଙ୍କୁ ଜରିମାନା ଆକାରରେ ୨୨କୋଟି ଟଙ୍କା ଦେବା ପାଇଁ ଆଦେଶ ଦେଇଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ରିଚାର୍ଡ଼ ମେସନ୍‌ ଏବଂ ତାଙ୍କ ପତ୍ନୀ କ୍ୟାଟ୍‌ ୩ଟି ସନ୍ତାନ ଜନ୍ମ ହେବା ପରେ ୨୦୦୬ରେ ପରସ୍ପରଠାରୁ ଅଲଗା ହେବା ସହ ରିଚାର୍ଡ଼ କ୍ୟାଟ୍‌ଙ୍କୁ ଭରଣପୋଷଣ ରାଶି ଦେଇଥିଲେ । ୨୦୧୬ରେ ରିଚାର୍ଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ପିଲା ଜନ୍ମ କରିବାରେ ଅକ୍ଷମ ବୋଲି ଡ଼ାକ୍ତର ତାଙ୍କୁ ଜଣାଇଥିଲେ । ଏ କଥା ଜାଣିବା ପରେ ୩ଟି ସନ୍ତାନର ବାପା ହେବା କିପରି ସମ୍ଭବ ବୋଲି ଭାବି ସେ ଚିନ୍ତାରେ ପଡ଼ି ଯାଇଥିଲେ । ପରେ ସେ କ୍ୟାଟ୍‌ଙ୍କ ଉପରେ ସନ୍ଦେହ କରି ତଦନ୍ତ କରିବା ପରେ ସେ ଅନ୍ୟ ଜଣେ ପୁରୁଷ ସହ ଅନୈତିକ ସଂପର୍କ ରଖିବା କଥା ଜଣା ପଡ଼ିଥିଲା । ସବୁ ଜାଣି ରିଚାର୍ଡ଼ ଅଦାଲତକୁ ଯାଇ ନ୍ୟାୟ ଭିକ୍ଷା କରିବା ପରେ କ୍ୟାଟ୍‌ଙ୍କୁ ୨୨କୋଟି ଟଙ୍କା ଦେବା ପାଇଁ ଅଦାଲତ ଆଦେଶ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର