ଉଧମସିଂହ ନଗର: ଉତ୍ତରାଖଣ୍ଡର ଉଧମସିଂହ ନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ହ୍ଵାଟସ୍ ଆପ୍ରେ ଫୋନ୍ କରି ଜଣେ କଲଗାର୍ଲକୁ ଡକାଇଥିଲେ। କିଛି ସମୟରେ ପରେ ହ୍ଵାଟସ୍ ଆପ୍ରେ ପଠାଇ ଯାଇଥିବା ଠିକଣାରେ ଯୁବକ ଜଣକ ଯାଇ ପହଞ୍ଚି କଲଗାର୍ଲଙ୍କ ଅପେକ୍ଷା କରିଥିଲେ। ଯୁବକଙ୍କ ପାଖରେ ଠିକ୍ ସମୟରେ ତ କଲଗାର୍ଲ ଆସି ପହଞ୍ଚି ଯାଇଥିଲେ। କିନ୍ତୁ ସେଠାରେ ସେ ଯେଉଁ ମହିଳାଙ୍କୁ ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।
Good Housekeepingଏଭଳି ଏକ ଘଟଣା ଉଧମସିଂହ ନଗର ଜିଲ୍ଲର କାଶୀପୁରରେ ଘଟିଛି। ଆଇଟିଆଇ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ବିବାହ ଦିନେଶପୁରର ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା। ବିବାହ ପରେ ରୁବି (ଛଦ୍ମନାମ) ବାରମ୍ବାର ନିଜ ବାପଘର କାଶୀପୁର ଯାଇଥାଆନ୍ତି। ବାପଘରକୁ ଯିବା ଆସିବା ସମୟରେ ରୁବିଙ୍କର ତାଙ୍କର ଜଣେ ସାଙ୍ଗ ସହିତ ଜୋରସୋର ଝଗଡ଼ା ହୋଇଥିଲା। ଏହି ରାଗ ରଖି ସାଙ୍ଗ ରୁବିଙ୍କ ସ୍ୱାମୀଙ୍କୁ ଫୋନ୍ କରି ତାଙ୍କ ପତ୍ନୀ ଜଣେ ଦେହବ୍ୟବସାୟୀ ବୋଲି କହି ଦେଇଥିଲେ। ସେ ପ୍ରମାଣ ମାଗିବାରୁ ରୁବିଙ୍କ ସାଙ୍ଗ ଏକ ହ୍ଵାଟସ୍ ଆପ୍ ନମ୍ବର ଦେଇଥିଲେ। ଏହି ହ୍ଵାଟସ୍ ଆପ୍ ନମ୍ବର ଜରିଆରେ ରୁବି ତାଙ୍କ ଗ୍ରାହକଙ୍କୁ ସମ୍ପର୍କ କରିଥାଆନ୍ତି ବୋଲି କହିଥିଲେ।
ରୁବିଙ୍କ ସାଙ୍ଗ ଠାରୁ ସ୍ୱାମୀ ଯେଉଁ ହ୍ଵାଟସ୍ ଆପ୍ ନମ୍ବର ଆଣିଥିଲେ ସେଥିରେ ସେ ସମ୍ପର୍କ କରି କଲଗାର୍ଲଙ୍କ ଫଟୋ ମଗାଇଥିଲେ। ଏହି ଫଟୋରେ ତାଙ୍କ ପତ୍ନୀ ରୁବି ବି ସାମିଲ ଥିବା ଦେଖି ତାଙ୍କ ପାଦ ତଳକୁ ମାଟି ଖସି ଯାଇଥିଲା। ଏହା ପରେ ବି ସେ ପତ୍ନୀଙ୍କ ଏଭଳି କାମକୁ ବିଶ୍ୱାସ କରି ପାରି ନ ଥିଲେ।
Times of Indiaତେଣୁ ସେ ଏହି ହ୍ଵାଟସ୍ ଆପ୍ ନମ୍ବରରେ କଲଗାର୍ଲ ବୁକ୍ କରିବା ପରେ ଯେଉଁ ଠିକଣା ହ୍ଵାଟସ୍ ଆପ୍ରେ ତାଙ୍କ ପାଖକୁ ଆସିଥିଲା ସେଠାରେ ଯାଇ ପହଞ୍ଚି ଯାଇଥିଲେ। କିନ୍ତୁ ଯେତେବେଳେ ଯୁବକ ତାଙ୍କ ପତ୍ନୀ ରୁବିଙ୍କୁ ଦେଖିଥିଲେ ସେ ସ୍ତବ୍ଧ ହୋଇଯାଇଥିବା ବେଳେ ପତ୍ନୀ ବି ତାଙ୍କ ସ୍ୱାମୀଙ୍କୁ ସେଠାରେ ଦେଖି ଥରିବାକୁ ଲାଗିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/xcallgirlwifeshocked-1579602332.jpg.pagespeed.ic_.zCGon6APy7.jpg)