ଭାଣିଜୀ ସହ ଦୁଷ୍କର୍ମ କରିବା ପରେ ନିଜ ଝିଅ ଉପରେ ଥିଲା ଖରାପ ନଜର, ସବୁ ଜାଣିବା ପରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ ସୁପରୀ ଦେଇ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ପେଶାରେ ଜଣେ ଡ଼ାକ୍ତର ଥିବା ଶଫାତୁଲ୍ହା ଖାନ୍‌ ନିଜ ଭାଣିଜୀ ସହ ଦୁଷ୍କର୍ମ କରିବା ସହ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବାରୁ ଅଭିଯୁକ୍ତ ଆୟେଶା ଖାନ୍‌ ଏପରି କରିଥିବା ଜଣା ପଡ଼ିଛି । ଶଫାତୁଲ୍ହା ରହୁଥିବା ଘରୁ ତାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ତଦନ୍ତ କରି ଅଭିଯୁକ୍ତ ଆୟେଶା ଖାନ୍‌, ତାଙ୍କ ଭାଣିଜୀ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ ।

Daily Express

ଗିରଫ ହେବା ପରେ ଆୟେଶା ନିଜ ସ୍ୱାମୀଙ୍କୁ ହତ୍ୟା କରି ଖୁସି ବୋଲି କହଛି । “ସେ ଜଣେ ଦୁଷ୍କର୍ମକାରୀ ଥିଲେ । ଡ଼ାକ୍ତରଖାନାରେ କାମ କରୁଥିବା ନର୍ସମାନଙ୍କ ସହ ସେ ଶାରୀରିକ ରଖିବା ସହ ଅନ୍ୟ ମହିଳାମାନଙ୍କ ସହ ମଧ୍ୟ ସେ ଶାରୀରିକ ସଂପର୍କ ରଖୁଥିଲେ । କିଛି ଦିନ ତଳେ ମୋ ଭାଣିଜୀ ଛୋଟ ଥିବା ବେଳେ ତା ସହ ମଧ୍ୟ ଦୁଷ୍କର୍ମ କରିଥିବା ଜାଣି ମୁଁ ଆଉ ସହି ପାରି ନଥିଲି । ତାଙ୍କ ଚାଲି ଚଲଣ ଉପରେ ନଜର ରଖିବା ପରେ ସେ ଆମ ନିଜ ଝିଅ ଉପରେ ମଧ୍ୟ ଖରାପ ନଜର ରଖିଥିବା ମୁଁ ଜାଣିବାକୁ ପାଇଲି । ଏତେ ସବୁ ବିଷୟରେ ଜାଣିବା ପରେ ଶେଷରେ ମୁଁ ଏହି ନିଷ୍ପତ୍ତି ନେଇଥିଲି । ନିଜ ହାତରେ ନ ମାରି ମୁଁ କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ଡ଼ାକି ମୋ ସ୍ୱାମୀଙ୍କ ହତ୍ୟ କରିଥିଲି” ବୋଲି ଆୟେଶା ପୁଲିସ ଆଗରେ ସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର