ଚରିତ୍ର ଉପରେ ସନ୍ଦେହ କରିବା ସହ ମଦ ପିଇ ମାର୍‌ ପିଟ୍‌ କରୁଥିବାରୁ ବେକରେ ଚାର୍ଜର ତାର ଗୁଡ଼ାଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ବାଲୋଦ(ଛତିଶଗଡ଼) : ଛତିଶଗଡ଼ର ବାଲୋଦରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚରିତ୍ର ଉପରେ ସନ୍ଦେହ କରିବା ସହ ୫ବର୍ଷ ହେଲାଣି ମଦ ପିଇ ଆସି ସ୍ୱାମୀ ଝଗଡ଼ା କରୁଥିବାରୁ ସ୍ତ୍ରୀ ଏପରି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଟେସୁରାମ ପଟେଲ ଏବଂ ରାଧାବଇ ପଟେଲଙ୍କ ମଧ୍ୟରେ ୫ବର୍ଷ ହେଲାଣି ଝଗଡ଼ା ହୋଇ ଆସୁଥିଲା । ହୋଲିଦିନ, ଟେସୁରାମ ମଦ ପିଇ ଆସି ଘରେ ଝଗଡ଼ା କରିବା ସହ ନିଜ ପୁଅ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଦିଆସିଲ ନ ମିଳିବାରୁ ସେ ପାଖରେ ପଡ଼ିଥିବା ଫୋନ ଚାର୍ଜର ସାହାଯ୍ୟରେ ପୁଅକୁ ହତ୍ୟା କରିବାର ଉଦ୍ୟମ କରିଥିଲେ । ଏ ମଧ୍ୟରେ ରାଧାବାଇ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ସହ ଟେସୁରାମଙ୍କ ହାତରୁ ଚାର୍ଜର ନେଇ ତାଙ୍କ ଗଳା ଚିିପି ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

India TV

ସ୍ୱାମୀର ମୃତ୍ୟୁ ପରେ ରାଧାବାଇ ବୁଲି ବୁଲି ଲୋକମାନଙ୍କୁ ମୁଁ ମୋ ସ୍ୱାମୀକୁ ହତ୍ୟା କରିଦେଲି, ଏବେ ମୋତେ ଶାନ୍ତି ମିଳିବ ବୋଲି କହିବାକୁ ଲାଗିଥିଲେ । ଏହା ଶୁଣି ଗାଁର ସରପଞ୍ଚ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ଶବ ଜବତ କରିବା ସହ ରାଧାବାଇଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର