ରାଗରେ ସ୍ତ୍ରୀ ଦେହରେ ନିଆଁ ଲଗାଇଲା ସ୍ୱାମୀ, ନିରବଦ୍ରଷ୍ଟା ସାଜିଲେ ଶାଶୁ

କନ୍ନୋଜ : ଉତ୍ତରପ୍ରଦେଶର କନ୍ନୋଜଠାରେ ଜଣେ ବ୍ୟକ୍ତିଙ୍କର ଆମାନୁଷିକତା ଦେଖିବାକୁ ମିଳିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ମା’ଙ୍କ ଆଖି ଆଗରେ ପତ୍ନୀଙ୍କୁ ନିଆଁ ଲଗାଇ ଦେଇଛନ୍ତି । ମହିଳା ଜଣକ ନିଆଁରେ ଜଳୁଥିବା ସମୟରେ ତାଙ୍କୁ ସାହାଯ୍ୟ କରିବା ଛାଡ଼ି ଭୂତ ଭଳି ଠିଆ ହୋଇ ଦେଖୁଥିଲେ ମା’ ଏବଂ ପୁଅ । ଶେଷକୁ ନିଆଁରେ ଜଳୁଥିବା ମହିଳା କିଛି ଉପାୟ ନ ପାଇ ନିଜ ସ୍ୱାମୀଙ୍କୁ କୁଣ୍ଢାଇ ଧରିଥିଲେ । ଘଟଣାସ୍ଥଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଗମ୍ଭୀର ଭାବେ ଜଳି ଯାଇଛନ୍ତି । ଘଟଣା ସମ୍ବନ୍ଧରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ମହିଳାଙ୍କ ଶରୀରକୁ ବ୍ୟବଛେଦ ପାଇଁ ସ୍ଥାନୀୟ ଡ଼ାକ୍ତର ଖାନାକୁ ପଠାଯାଇଛି।

oneindia

ସୂଚନା ମୁତାବକ , ଉଦ୍ଭୟ ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ସାଧାରଣତଃ ବିଭିନ୍ନ କଥାକୁ ନେଇ ଝଗଡ଼ା ହୋଇଥାଏ । ଏନେଇ ଅନେକ ଥର ଦୁହିଁଙ୍କ ପାଇଁ ପଞ୍ଚାୟତ ମଧ୍ୟ ବସି ସାରିଛି। ବ୍ୟକ୍ତି ଜଣକ ସର୍ବଦା ପତ୍ନୀଙ୍କ ଉପରେ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ତାଙ୍କୁ ମାରପିଟ କରୁଥିବାର ମଧ୍ୟ ଶୁଣିବାକୁ ମିଳିଛି। କିଛି ଗ୍ରାମବାସୀ ଏହାକୁ ହତ୍ୟା କହୁଥିବା ବେଳେ କିଛି ଏହାକୁ ଆତ୍ମହତ୍ୟା କହିଛନ୍ତି । ମୃତକ ମହିଳାଙ୍କ ଶରୀରକୁ ବ୍ୟବଛେଦ ପାଇଁ ସ୍ଥାନୀୟ ଡ଼ାକ୍ତରଖାନା ପଠାଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଛେଦ ପରେ ଜଣାପଡ଼ିବ ବୋଲି କହିଛନ୍ତି ପୁଲିସ ଅଧିକାରୀ । ଏହା ସହ ଅଭିଯୁକ୍ତ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ।

ସମ୍ବନ୍ଧିତ ଖବର