ପତ୍ନୀ ଏବଂ ନାବାଳିକା ଝିଅକୁ ୫ ବର୍ଷ ଘରେ ତାଲା ପକାଇ ରଖିଥିବା ବଙ୍ଗୀୟ ବ୍ୟକ୍ତି

କୋଲକତା: ସ୍ୱାମୀଙ୍କ ଦ୍ୱାରା ୫ ବର୍ଷ ହେବ ଗୋଟିଏ କୋଠରିରେ ବନ୍ଦିନୀ ଥିବା କଥା କୁହାଯାଉଥିବା ଜଣେ ୩୬ ବର୍ଷୀୟ ମହିଳା ଏବଂ ତାଙ୍କର ୧୧ ବର୍ଷୀୟ ଝିଅକୁ ବୁଧବାର ସନ୍ଧ୍ୟାରେ ପୁଲିସ ଉଦ୍ଧାର କରିଛି। କୋଲକତା ଠାରୁ ୨୧୦ କିଲୋମିଟର ଦୂର ମୁର୍ସିଦାବାଦ ଜିଲ୍ଲାରେ ଘଟନାଟି ଘଟିଛି।

ସୂର୍ଯ୍ୟାଲୋକ ନ ପଡ଼ିବାକୁ ସେ ଘରର ଝରକାଗୁଡ଼ିକୁ ମଧ୍ୟ କଳା ପ୍ଲାଷ୍ଟିକ୍‌ ସିଟ୍‌ରେ ନିବୁଜ କରାଯାଇଥିଲା।

ପୁଲିସ କହେ: ମଞ୍ଜୁ ମଣ୍ଡଳ ନାମ୍ନୀ ସେ ମହିଳା ନଦିଆ ଜିଲ୍ଲା ପାଖ କରିମ୍‌ପୁରର ମୂଳ ବାସିନ୍ଦା। ମାନବେନ୍ଦ୍ର ମଣ୍ଡଳ ନାମଧ୍ୟେୟ ଜଣେ ବଢ଼େଇକୁ ବିଭା ହୋଇ ସେ ଚୋଆପଡ଼ାକୁ ଆସିଥିଲେ। ୧୧ ବର୍ଷ ତଳେ ଜନ୍ମିଥିଲା ସେମାନଙ୍କ ଝିଅ ତୋତା।

ମହିଳାଙ୍କ ଭାଇ ନିଖିଳ ସର୍କାରଙ୍କ କହିବା ଅନୁସାରେ, ମହିଳା ଜଣକ ସ୍ନାତକ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ କୌଣସି ଅଭିଯୋଗ ଦାଏର କରି ନ ଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରିବା ପରେ ମଧ୍ୟ ସେ ଥାନାକୁ ଆସିବାକୁ ଅଗ୍ରାହ୍ୟ କରି ଦେଇଥିଲେ।

ମଞ୍ଜୁଙ୍କ ଭାଇ ମାନବେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି, କିନ୍ତୁ ସ୍ୱାମୀଙ୍କ ବିରୋଧରେ ମଞ୍ଜୁଙ୍କର କୌଣସି ଅଭିଯୋଗ ନାହିଁ। ଆମେ ମାମଲାର ତଦନ୍ତ କରିବୁ। ମାନବେନ୍ଦ୍ରଙ୍କୁ ଠାବ କରାଯାଇ ପାରି ନାହିଁ ବୋଲି କହିଛନ୍ତି ଜଳଙ୍ଗି ଥାନାର ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ସର୍କାର।
ମଞ୍ଜୁ ଜଣେ ସ୍ନାତକ। ତାଙ୍କର ମାନସିକ ସମସ୍ୟା ନାହିଁ। ଆମେ ଜାଣି ପାରୁନୁ କାହିଁକି ସେ କିଛି କହୁ ନାହାନ୍ତି ବୋଲି ନିଖିଳ କହନ୍ତି।

ପରେ ସେଦିନ ରାତିରେ ପୁଲିସ ମଣ୍ଡଳ ଏବଂ ତାଙ୍କ ଝିଅଙ୍କୁ ସେ ଘରକୁ ଫେରାଇ ନେଇଥିଲା। ତାଙ୍କୁ ଥାନାରେ ରଖା ଯିବାର କୌଣସି ଆଇନ୍‌ଗତ କାରଣ ନ ଥିଲା ବୋଲି ଦେବାଶିଷ ସର୍କାର କହନ୍ତି।

ଝରକା ଭାଙ୍ଗି ପୁଲିସବାଲା ସେ ଘରେ ପଶି ଦେଖିଲେ ଅପରିଚ୍ଛନିଆ କୋଠରି ଭିତରେ ମଞ୍ଜୁ ଏବଂ ତୋତାଙ୍କୁ ତାଲା ପକାଇ ରଖାଯାଇଛି।
ଜଳଙ୍ଗି ଥାନାର ଜଣେ ଅଧିକାରୀ କହନ୍ତି: ଆମେ ମଞ୍ଜୁ ଏବଂ ତାଙ୍କ ଝିଅଙ୍କୁ ସାଥିରେ ଆସିବାରୁ କହିବାରୁ ସେମାନେ ଘର ଛାଡ଼ିବାକୁ ମନା କଲେ। ସୁନ୍ଦର ଜୀବନଯାପନ କରୁଛନ୍ତି ବୋଲି ସେମାନେ କହିଲେ। ଆମେ କୌଣସିମତେ ସେମାନଙ୍କୁ ବୁଝାଇବାରୁ ସେମାନେ ଥାନାକୁ ଆସିବାକୁ ରାଜି ହୋଇଥିଲେ।

ଦୀର୍ଘ ଦିନ ପରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ସେମାନେ ଛାନିଆ ହୋଇ ଯାଇଥିଲେ। ସେମାନଙ୍କୁ କେହି ନ ଦେଖନ୍ତୁ ବୋଲି ଇଚ୍ଛା କରିବାରୁ ଆମକୁ ତାଙ୍କ ମୁହଁ ଘୋଡ଼ାଇବାକୁ ପଡ଼ିଲା।

ଅସ୍‌ଗର୍‌ ଅଲି ନାମକ ଜଣେ ଗ୍ରାମବାସୀ କହନ୍ତି: ନିଖିଳ ସର୍କାରଙ୍କର ଅଭିଯୋଗ ମାନବେନ୍ଦ୍ର ମଣ୍ଡଳ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ସମ୍ଭବତଃ ସେଇ ଘରେ ରହୁଥିଲା। କ୍ରୁରତା ପାଇଁ ମାନବେନ୍ଦ୍ର କୁଖ୍ୟାତ। ଲୋକେ କ୍ୱଚିତ୍‌ ତାଙ୍କ ସହ କଥାବାର୍ତ୍ତା କରନ୍ତି। ଆତେ ତାଙ୍କର ପତ୍ନୀ ଓ ଝିଅକୁ କେତେ ବର୍ଷ ହେବ ଦେଖି ନାହୁଁ। ତାଙ୍କର କ’ଣ ହେଲା କେହି ଜାଣନ୍ତି ନାହିଁ।

ସ୍ଥାନୀୟ ବାସିନ୍ଦା କହନ୍ତି: ସେମାନଙ୍କ ଝିଅକୁ ଛଅ ବର୍ଷ ହେବା ଯାଏଁ ସେମାନେ ସୁଖରେ ଚଳୁଥିଲେ। ଆତ୍ମୀୟ ଏବଂ ପଡ଼ିଶାଙ୍କ ସମେତ ହଠାତ୍‌ ସେ ପରିବାର ଲୋକବାକଙ୍କୁ ଭେଟିବା ବନ୍ଦ କରିଦେଲେ।

ଗ୍ରାମବାସୀଏ କହନ୍ତି ତୋତା ମଣ୍ଡଳ ସ୍ଥାନୀୟ ସ୍କୁଲ୍‌ରେ ପ୍ରଥମ ଶ୍ରେଣୀରେ ପଢୁଥିବାବେଳେ ସେମାନେ ତାକୁ ଶେଷ ଥର ନିମନ୍ତେ ଦେଖିଥିଲେ। ସବୁ ଦିନ ସକାଳେ ମାନବେନ୍ଦ୍ର ଘର ବାହାରୁ ତାଲା ପକାଇ ଚାଲିଯାଏ। ବିଳମ୍ବିତ ରାତ୍ରିରେ ସେ ଘରକୁ ଫେରେ।

ନିଖିଳ ସର୍କାର କହନ୍ତି: ଯେତେବେଳେ ଆମେ ସେମାନଙ୍କୁ ଭେଟିବାକୁ ଚେଷ୍ଟା କରୁଁ ଆମକୁ ଘରକୁ ଛଡ଼ା ଯାଏ ନାହିଁ। ଭିତରୁ ଜଣେ ମହିଳା ଆମକୁ ଗାଳି ଦିଅନ୍ତି। ନିଜକୁ ମଞ୍ଜୁ ବୋଲି କହି ସେ ଧମକ ଦିଅନ୍ତି: ତୁମେ ଚାଲି ନ ଗଲେ ମୁଁ ଜୀବନ ହାରି ଦେବି।

ଚାରି ବର୍ଷ ତଳେ ଆମେ ମଞ୍ଜୁ ସହ ଫୋନ୍‌ରେ କଥାବାର୍ତ୍ତା କରିଥିଲୁ। ତା’ପରେ ସେ ଆଉ ଫୋନ୍‌ ଗ୍ରହଣ କଲା ନାହିଁ। ଘରେ କ’ଣ ଚାଲିଛି ଆମେ ଜାଣି ପାରି ନ ଥିଲୁ। ମଞ୍ଜୁର ପଡ଼ୋଶୀଗଣ ମଧ୍ୟ ଆମକୁ କୌଣସି ସନ୍ତୋଷଜନକ କୈଫୟତ୍‌ ଦେଇ ପାରି ନ ଥିଲେ।

ସ୍ଥାନୀୟ ଲୋକେ କହନ୍ତି ଅଳ୍ପ କିଛି ଦିନ ତଳେ ମଞ୍ଜୁଙ୍କ ଭିଣୋଇଙ୍କ ପୁଅ ବିକାଶ ମଣ୍ଡଳ ମାଉସୀଙ୍କୁ ଦେଖା କରିବାକୁ ଆସିଥିଲେ। ଘର ଭିତର ସମ ସ୍ୱରରେ ସେମାନଙ୍କୁ ମଧ୍ୟ ଅପମାନିତ କରାଗଲା।

ନିଖିଳ ସର୍କାର କହନ୍ତି: ଆମେ ଶୁଣିବାକୁ ପାଇଲୁ ଯେ ମାନବେନ୍ଦ୍ର ଅନ୍ୟ ଜଣେ ମହିଳାଙ୍କୁ ବିଭା ହୋଇଛନ୍ତି। ଆମେ ତାଙ୍କ ଘରକୁ ଗଲାବେଳେ ସେ ନିଜକୁ ମଞ୍ଜୁ ବୋଲି କହି ବନ୍ଦ ଘର ଭିତରୁ ପାଟି କରେ।

ବୁଧବାର ଦିନ ନିଖିଳ ସର୍କାର, ବିକାଶ ମଣ୍ଡଳ ଏବଂ ସେମାନଙ୍କର ଅନ୍ୟ କେତେକ ଆତ୍ମୀୟ ସହାୟତା ପାଇଁ ଜଳଙ୍ଗି ଥାନାକୁ ଯାଇଥିଲେ।

ସମ୍ବନ୍ଧିତ ଖବର