ସାଙ୍ଗ ସହିତ ଶାରୀରିକ ସମ୍ଭନ୍ଧ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ଘରୁ ବାହାର କରିଦେଲା ସ୍ୱାମୀ

ସାମଲି: ଉତ୍ତରପ୍ରଦେଶ ସାମଲିର କାନ୍ଧାଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ସହିତ ପତ୍ନୀ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିବାରୁ ଘରୁ ବାହାର କରି ଦେଇଛି ସ୍ୱାମୀ। ପୀଡିତା ଏହି ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ କରିଥିଲେ ହେଁ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେଣୁ ପୀଡିତା ମୁଖ୍ୟମନ୍ତ୍ରୀ ଓ ମହିଳା ଆୟୋଗକୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ଜନପଦ ଶାମଲିର କାନ୍ଧାଲା ଥାନାସ୍ଥିତ ବେଗ ବିହାର କଲୋନିରେ ଘଟିଛି। ମୋହଲ୍ଲାରେ ବସବାସ କରୁଥିବା ରିହାନାଙ୍କ ବିବାହ ୮ବର୍ଷ ପୂର୍ବେ କାଲୁରାମଙ୍କ ପୁଅ ଜାଭେଦ ସହିତ ହୋଇଥିଲା। ୮ବର୍ଷରେ ରିହାନା ତିନିଟି ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ସ୍ୱାମୀ ଘରକୁ ସବୁବେଳେ ମଦ ପିଇ ସାଙ୍ଗମାନଙ୍କୁ ନେଇ ଆସୁଥିଲା। କେବଳ ଏତିକି ନୁହେଁ ରିହାନାଙ୍କୁ ସାଙ୍ଗମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ୱାମୀ ବାଧ୍ୟ କରୁଥିଲା। ଏପରି କରି ପାରିବେ ନାହିଁ ବୋଲି ରିହାନା ମନା କରିବାକୁ ଜାଭେଦ ତାଙ୍କୁ ମାରପିଟ କରିବା ଆରମ୍ଭ କରି ଦିଅନ୍ତି। କେବଳ ଏତିକି ନୁହେଁ କାହିଁକି ତାଙ୍କ ସାଙ୍ଗମାନଙ୍କ ସହିତ ରିହାନା ଶାରୀରିକ ସମ୍ବନ୍ଧ ରଖିଲେ ନାହିଁ ସେ ରାଗରେ ଜାଭେଦ ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରି ଦେଇଛନ୍ତି।

ସମ୍ବନ୍ଧିତ ଖବର