ଅଶ୍ଲୀଳ କଲ୍‌ ଆସିବା ପରେ ପର୍ଣ୍ଣ ସାଇଟ୍‌ରେ ନିଜ ଫଟୋ ଥିବା ଜାଣିବାକୁ ପାଇଥିଲେ ମହିଳା, ପୁଲିସରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ପରିଚିତ ଲୋକର ନାଁ

ନୋଏଡ଼ା : ନୋଏଡ଼ାରେ ରହୁଥିବା ଜଣେ ମହିଳାଙ୍କ ପାଖକୁ ହଠାତ୍‌ ଅଜଣା ନମ୍ବରରୁ କଲ୍‌ ଆସିବାକୁ ଲାଗିଲା । ଆସୁଥିବା କଲ୍‌ରେ ଲୋକମାନେ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଇଚ୍ଛା ଜାହିର କରୁଥିବା ବେଳେ ଏହା କେମିତି ସମ୍ଭବ ହେଲା ବୋଲି ଜାଣି ପାରୁ ନଥିଲେ ମହିଳା । କିନ୍ତୁ ପୁଲିସରେ ଅଭିଯୋଗ କରିବା ପରେ ତାଙ୍କ ଫଟୋ ପର୍ଣ୍ଣ ସାଇଟ୍‌ରେ ଛଡ଼ା ଯାଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ଫଟୋ ଛାଡ଼ିବା ପଛର ଲୋକ ନାଁ ଜାଣି ପୀଡ଼ିତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପୁଲିସ ତଦନ୍ତ କରି ଏଭଳି କାମ ପଛରେ ତାଙ୍କ ସ୍ୱାମୀଙ୍କ ହାତ ଥିବା କହିବା ପରେ କିଛି ସମୟ ପାଇଁ ବିଶ୍ୱାସ କରି ପାରି ନଥିଲେ ପୀଡ଼ିତା । ସବୁ ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ସ୍ୱାମୀକୁ ରବିବାର ପୁଲିସ ଗିରଫ କରିିଛି ।

ସୂଚନା ମୁତାବକ, ୨୦୧୧ରେ ଦୁହିଁଙ୍କର ବିବାହ ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଥିଲା । ପାରିବାରିକ କଳହରୁ ଦୁହେଁ ୧୦ମାସ ହେଲା ଅଲଗା ରହିବା ଆରମ୍ଭ କରିଥିଲେ । ଅଲଗା ରହିବା ପରେ ମଧ୍ୟ ସ୍ତ୍ରୀର ଗତିବିଧି ଉପରେ ନଜର ରଖୁଥିଲା ଅଭିଯୁକ୍ତ ସ୍ୱାମୀ । ଏ ମଧ୍ୟରେ ପୀଡ଼ିତା ନିଜ ସାଙ୍ଗମାନଙ୍କ ସହ ବୁଲିବାର କିଛି ଫଟୋ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ଅଭିଯୁକ୍ତ ସ୍ୱାମୀ ଏହାକୁ ଦେଖି ସହି ପାରି ନଥିଲା । ଯାହା ପରେ ସେ ପୀଡ଼ିତାଙ୍କ କିଛି ଅଶ୍ଲୀଳ ଫଟୋ ନେଇ ପର୍ଣ୍ଣ ସାଇଟ୍‌ରେ ପୋଷ୍ଟ କରିଥିଲେ । ଗିରଫ ହେବା ପରେ ଅଭିଯୁକ୍ତ ନିଜର ସବୁ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର