ପତ୍ନୀ କମ୍ପାନିକୁ ପଠାଇଲା ଅଶ୍ଳୀଳ ଫଟୋ ଓ ମେସେଜ୍, ସ୍ୱାମୀର ଗଲା ଚାକିରି

ଗୁରୁଗ୍ରାମ: ସ୍ୱାମୀ ନାମରେ ନକଲି ଫେସ୍‌ବୁକ୍‌ ପ୍ରୋଫାଇଲ ବନାଇ କମ୍ପାନିର ପରିଚାଳକ ଓ ସହକର୍ମୀଙ୍କୁ ସ୍ତ୍ରୀ ଆପତ୍ତିଜନକ ଫଟୋ ପଠାଇବାର ଏକ ଘଟଣା ସାମ୍ନାକୁ ଆସିଛି। ଫଳରେ କମ୍ପାନି ସ୍ୱାମୀଙ୍କୁ ଛଟେଇ କରିଦେଇଛି।  ଏହି ଦମ୍ପତ୍ତିଙ୍କର ଛାଡପତ୍ର ଏବେ ମାମଲା କୋର୍ଟରେ ଚାଲିଛି।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି, ଗୁରୁଗ୍ରାମ ସେକ୍ଟର-୧୮ ଥାନା ପୁଲିସ ଆଇଟି ଆକ୍ଟ ଅଧିନରେ ଏଫଆଇଆର ରୁଜୁ କରିିଛି । ପୁଲିସ ସୂତ୍ରରୁ ପ୍ରକାଶ, ଅଭିଷେକ ୨୦୧୪ରେ ଗୁରୁଗ୍ରାମର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ୨୦୧୧ତାଙ୍କର ବିବାହ ହୋଇଥିଲା। ବିବାହର କିଛିଦିନ ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଯାଇଥିଲା। ଅଭିଯୋଗ ହୋଇଛି କି, ୨୦୧୬ରେ ପତ୍ନୀ ଅଭିଷେକଙ୍କ ନାମରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲେ। ଏହି ନକଲି ଆଇଡି ଜରିଆରେ ସ୍ୱାମୀଙ୍କ କମ୍ପାନିର ସହକର୍ମୀ ଓ ବରିଷ୍ଠ କର୍ମଚାରୀଙ୍କୁ ପତ୍ନୀ ଆପତ୍ତିଜନକ ଫଟୋ ଓ ମେସେଜ ପଠାଇଥିଲେ। କେବଳ ଏତିକି ନୁହେଁ, ଫେସ୍‌ବୁକ୍‌ ମେସେଞ୍ଜର ଜରିଆରେ କଲ କରି ବିଭିନ୍ନ ଅଶ୍ଳୀଳ  କଥା କହିଥିଲେ।

ଯୁବକଙ୍କ କହିବାନୁସାରେ, ଏହି ସବୁ କାରଣରୁ କମ୍ପାନି ତାଙ୍କୁ ଚାକିରିରୁ ବାହାର କରିଦେଇଛି। ଏ ନେଇ ପୁଲିସରେ ଅଭିଯୋଗ ମଧ୍ୟ କରିଛି। ସେକ୍ଟର-୧୮ ଥାନା ଏସ୍‌ଏଚଓ ଇନ୍ସପେକ୍ଟର ଚନ୍ଦ୍ରପ୍ରକାଶ କହିଛନ୍ତି, ପ୍ର୍ରାଥମିକ ଯାଞ୍ଚରୁ ଘଟଣାର ସତ୍ୟ ପ୍ରମାଣିତ ହେବାରୁ ଅଭିଷେକଙ୍କ ପତ୍ନୀ ବିରୋଧରେ ମାମଲା ରୁଜୁ କରି ଦିଆଯାଇଛି। ଏଥିସହ ଅଭିଷେକ ପତ୍ନୀଙ୍କୁ ଛାଡ଼ପତ୍ର .ଦେବାଲାଗି ମାମଲା କରିଛନ୍ତି।

ସମ୍ବନ୍ଧିତ ଖବର