ଦୃଷ୍ଟିହୀନା ଗଣଦୁଷ୍କର୍ମ ପୀଡ଼ିତା ଅଭିଯୋଗ ଫେରାଇ ନେବାକୁ ଚାହୁଁଛନ୍ତି, ଜାଣନ୍ତୁ କାରଣ କ’ଣ?

ନୂଆଦିଲ୍ଲୀ : ଏହି ମାସ ଆରମ୍ଭରେ ଦିଲ୍ଲୀର କରୋଲ ବାଗରେ ଜଣେ ଦୃଷ୍ଟିହୀନା ମହିଳାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା। ମାତ୍ର ଦୁଷ୍କର୍ମପୀଡ଼ିତା ଅଭିଯୋଗକୁ ଫେରାଇ ନେବା ପାଇଁ ଚାହୁଁଛନ୍ତି । ଏହା ସହ ତାଙ୍କୁ କୌଣସି ପ୍ରକାରର ଆଇନଗତ ସହାୟତାର ଅବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ୍‌ର ସୂଚନା ମୁତାବକ, ପୀଡ଼ିତାଙ୍କ ରିକ୍ସା ଚାଳକ ଦାଦାଙ୍କ ଲୋକଲଜ୍ଜାରେ ଆତ୍ମହତ୍ୟା କରିବା ପରେ ପରିବାର ଲୋକଏହି ନିଷ୍ପତ୍ତିି ନେବା ଜଣାପଡ଼ିଛି। ତାଙ୍କ ଆତ୍ମହତ୍ୟା ପରେ ଆଇନଗତ ନ୍ୟାୟର କିଛି ଆବଶ୍ୟକତା ରହିନାହିଁ ବୋଲି କହିଛନ୍ତି ପୀଡ଼ିତା । ପୀଡ଼ିତା ଜଣଙ୍କ ତାଙ୍କ ମା’ ଏବଂ ରିକ୍ସା ଚାଳକ ଦାଦାଙ୍କ ସହିତ ରହୁଥିବା ଜଣାପଡ଼ିଛି।

News from Nadia

ସୂଚନା ମୁତାବକ , ମେ ୪ ତାରିଖ ଦିନ ଦୃଷ୍ଟିହୀନା ପୀଡ଼ିତା ଏକୁଟିଆ ଥିବା ସମୟରେ ତାଙ୍କ ମା’ ପାଣି ଆଣିବା ପାଇଁ ଯାଇଥିଲେ । ସେହି ସମୟରେ ପୀଡ଼ିତାଙ୍କୁ କିଛି ବ୍ୟକ୍ତି ଜୋରଜବରଦସ୍ତି ଉଠାଇନେଇ ତାଙ୍କୁ ଏକ କୋଠରୀ ମଧ୍ୟରେ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅନୁଯାୟୀ ତିନି ଜଣ ଅଭିଯୁକ୍ତ ରହିଥିବା ବେଳେ ସେଥିମଧ୍ୟରୁ ଜଣେ ରିସ୍କାଚାଳକ ଛୋଟୁ ପାଲ ରହିଥିବାର ସେ କହିଥିଲେ, ଯାହାକୁ ସେ ତାଙ୍କ ସ୍ୱରରୁ ଚିହ୍ନଟ କରିପାରିଥିଲେ । ଘଟଣା ସମ୍ବନ୍ଧରେ ପୁଲିସରେ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତ ଛୋଟୁ ପାଲ୍‌ଙ୍କୁ ଗିରଫ କରାଯାଇଥିଲା। ହେଲେ ବାକି ଦୁଇ ଅଭିଯୁକ୍ତ ବିଷୟରେ କିଛି ଖବର ପାଇ ନଥିଲା ପୁଲିସ । ପରିବାର ଲୋକଙ୍କ ଅନୁଯାୟୀ ଘଟଣା ପରେ ପୀଡ଼ିତାଙ୍କ ଦାଦା ଭାଙ୍ଗି ପଡ଼ିଥିଲେ ଏବଂ ସେ ବହୁ ମାତ୍ରାରେ ମଦ୍ୟପାନ କରିବା ଆରମ୍ଭ କରିଥିଲେ । କିଛି ଦିନ ପୂର୍ବେ ଲୋକଲଜ୍ଜା ସହ୍ୟ କରିନପାରି ପୀଡ଼ିତା ରହୁଥିବା ଅସ୍ଥାୟୀ ତମ୍ବୁ ନିକଟରେ ଏକ ଗଛରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ । ଘରର ମୁରବୀ ଏବଂ ରୋଜଗାରିଆ ବ୍ୟକ୍ତି ସେ ରହିଥିବାରୁ ବର୍ତ୍ତମାନ ପୀଡ଼ିତାଙ୍କ ପରିବାର ଦୁଇ ବେଳା ଖାଇବା ପାଇଁ ଜୀବନ ସହ ଲଢ଼ୁଛନ୍ତି ।

ସମ୍ବନ୍ଧିତ ଖବର