୮ବର୍ଷର ବିବାହ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ ଦେଇ ନ ପାରିବାରୁ ସ୍ତ୍ରୀର ଦୁଇ ହାତ ଭାଙ୍ଗିଲା ସ୍ୱାମୀ

ଶହାଜାନପୁର୍‌ : ଉତ୍ତରପ୍ରଦେଶର ଶହାଜାନପୁରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା । ୮ବର୍ଷର ବିବାହ ପରେ ସ୍ତ୍ରୀ ପୁତ୍ରସନ୍ତାନ ଜନ୍ମ ନ ଦେବାରୁ ସ୍ୱାମୀ ଏବଂ ତା’ର ପରିବାର ଲୋକେ ମାଡ଼ ମାରି ମହିଳାଙ୍କ ଦୁଇ ହାତ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଗର୍ଭବତୀ ଥିବା ମହିଳାଙ୍କର ପୁଅ ହେବ କି ଝିଅ ତାହା ପୁରୁଷ ଉପରେ ନିର୍ଭର କରେ ବୋଲି ପ୍ରମାଣ ହୋଇ ସାରିଥିଲେ ମଧ୍ୟ ଆଜି ବି ଲୋକେ ଏଥି ପାଇଁ ମହିଳାଙ୍କୁ ହିଁ ଦୋଷୀ ସାବ୍ୟସ୍ତ କରୁଛନ୍ତି । ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ଏହି ଘଟଣା ବିଷୟରେ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ତା’ଙ୍କୁ ଡ଼ାକ୍ତରଖାନା ନେବା ସହ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସକୁ ଏତଲା ମିଳିବା ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଧାରା ଲାଗୁ କରିବା ସହ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ।

indiatimes.com

ସୂଚନା ମୁତାବକ, ୮ବର୍ଷ ପୂର୍ବେ ରେଖା ଦେବୀ(୩୦) ଉତ୍ତରପ୍ରଦେଶର ଶହାଜାନ୍‌ପୁର୍‌ରେ ରହୁଥିବା ଶୈଳେନ୍ଦ୍ର କୁମାରଙ୍କୁ ବିବାହ କରିଥିଲେ । ଶୈଳେନ୍ଦ୍ର ଏବଂ ତା’ଙ୍କ ପରିବାର ଲୋକେ ପୁତ୍ର ସନ୍ତାନ ଚାହୁଁଥିବା ବେଳେ ୮ବର୍ଷ ମଧ୍ୟରେ ଶୈଳେନ୍ଦ୍ର ଏବଂ ରେଖାଙ୍କର ୩ଟି ଶିଶୁ କନ୍ୟା ଜନ୍ମ ହୋଇଥିଲେ । କିଛି ମାସ ତଳେ ରେଖାଙ୍କର ତୃତୀୟ ଶିଶୁ କନ୍ୟା ଜନ୍ମ ହେବା ପରେ ଶୈଳେନ୍ଦ୍ର ଏବଂ ତା’ଙ୍କ ପରିବାର ଲୋକେ ରେଖାଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଏହା ସହ ରେଖାଙ୍କର ତାଙ୍କ ପରିବାର ସହ ସମସ୍ତ ଯୋଗାଯୋଗର ରାସ୍ତା ସେମାନେ ବନ୍ଦ ମଧ୍ୟ କରି ଦେଇଥିଲେ । ଝିଅ ସହ ସଂପର୍କ ନ କରି ପାରି ରେଖାଙ୍କ ପରିବାର ଲୋକେ ରେଖାଙ୍କ ଶାଶୂ ଘରେ ପହଞ୍ଚିବା ପରେ ସତ ଘଟଣା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର