ଚିକିତ୍ସା କରାଇବାକୁ ଯାଇଥିବା ବେଳେ ନିଶା ଦେଇ ଦୁଷ୍କର୍ମ କଲେ ଡ଼ାକ୍ତରଖାନାର ୩ କର୍ମଚାରୀ

ମେରଠ : ଏକ ଘରୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କ ସହ ଦୁଷ୍କର୍ମ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଡ଼ାକ୍ତରଖାନାର ୩ଜଣ କର୍ମଚାରୀ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରାଯାଇଥିବା ବେଳେ ଏବେ ପୁଲିସ ୩ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡ଼ିଛି ।

bhaskar.com

ସୂଚନା ମୁତାବକ, ଘଟଣାଟି ଉତ୍ତରପ୍ରଦେଶର ମେରଠରେ ଘଟିଥିଲା । ମାର୍ଚ୍ଚ ୨୧ରେ ପୀଡ଼ିତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ନିଜର ଚିକିତ୍ସା କରାଇବା ପାଇଁ ସେ ଘରୋଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଡ଼ାକ୍ତର ପରୀକ୍ଷା କରିବା ପରେ ଫ୍ୟାଟି ଲିଭରର ସମସ୍ୟା ବୋଲି କହିଥିଲେ । ଏହା ପରେ ଡ଼ାକ୍ତର ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ କହି ନର୍ସଙ୍କୁ ଇଞ୍ଜେକ୍ସନ ଦେବା ପାଇଁ କହିଥିଲେ । ନର୍ସ ଇଞ୍ଜେକ୍ସନ ଦେବାରୁ ପୀଡ଼ିତା ଅଚେତ୍‌ ହୋଇଯିବା ପରେ ୩ଜଣ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଚେତା ଫେରିବା ପରେ ଓ୍ଵାର୍ଡ ବଏଙ୍କୁ ନିଜ ପାଖରେ ଶୋଇଥିବା ଦେଖି ପୀଡ଼ିତା ଏ ବିଷୟରେ ଜାଣି ପାରିଥିଲେ । ଏହା ଦେଖି ପୀଡ଼ିତା ପାଟି କରିବା ପରେ ବାହାରେ ଠିଆ ହୋଇଥିବା ତାଙ୍କ ସ୍ୱାମୀ ଭିତରକୁ ଆସିଥିଲେ । ଏ ମଧ୍ୟରେ ଓ୍ଵାର୍ଡ ବଏ ସେଠାରୁ ଖସି ପଳାଇଥିଲେ ।  ପରେ ପୁଲିସରେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ଯାଇ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର