ଚିକିତ୍ସା ଆଳରେ ମାନସିକ ବିକୃତଙ୍କୁ ପୁରୁଷ ଦେହଜୀବୀ କରି ରଖିଥିଲେ ଡ଼ାକ୍ତର

ଇଲିନୋଇସ୍‌ : ଆମେରିକାର ଇଲିନୋଇସ୍‌ ଠାରେ ଥିବା ଏକ ପାଗଳଖାନାରେ ଘଟିଥିବା ଏକ ଲୋମହର୍ଷଣକରୀ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଡ଼ାକ୍ତରଖାନରେ ମନୋଚିକିତ୍ସକ ଭାବେ କାର୍ଯ୍ୟରତ ଥିବା ୫୩ ବର୍ଷିୟ ଖ୍ରୀଷ୍ଟିନା ଲେନହାଡ଼ର୍ଟ ୨୦୧୪ ମସିହାରୁ ମନସିକ ବିକୃତି ଚିକିତ୍ସା ପାଇଁ ଆସିଥିବା ବେନହାଡ଼ମ ହର୍ଟଙ୍କୁ ପୁରୁଷ ଦେହଜୀବୀ ଭାବେ ରଖିଥିଲେ । ପୀଡ଼ିତ ଜଣଙ୍କ ଡ଼ାକ୍ତରଖାନର ହ୍ୟୁମାନ ସର୍ଭିସ ଡ଼ିପାର୍ଟମେଣ୍ଟରେ ଅଭିଯୋଗ କରିବାରୁ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା ।

Shutterstock

ମିଡ଼ିଆ ରିପୋର୍ଟ ଅନୁଯାୟୀ , ମନୋଚିକିତ୍ସକ ଖ୍ରୀଷ୍ଟିନା ଲେନହାଡ଼ର୍ଟ ଇଲିନୋଇସର ଏଲିଙ୍ଗ ପାଗଳଖାନାରେ ମନୋଚିକିତ୍ସକ ଭାବେ କାର୍ଯ୍ୟରତ ଥିଲେ। ୨୦୧୪ ମସିହାରେ ବେନହାଡ଼ମ ହର୍ଟ ନାମକ ଜଣେ ମାନସିକ ବିକୃତ ରୋଗୀ ଚିକିତ୍ସା ପାଇଁ ସେଠାକୁ ଆସିଥିଲେ । ଡାକ୍ତରାଣୀ ଜଣଙ୍କ ତାଙ୍କର ଚିକିତ୍ସା କରିବା ପାଇଁ କହି ତାଙ୍କୁ ପାଗଳଖାନାରୁ ବାହାରକୁ ନେଇ ଯାଇଥିଲେ । ସେ ପୀଡ଼ିତ ଜଣଙ୍କୁ ପ୍ରାୟ ତିନି ବର୍ଷ ଧରି ଯୌନ ନିର୍ଯାତନା ଦେବା ସହ ତାଙ୍କୁ ପୁରୁଷ ଦେହଜୀବୀ କରି ରଖିଥିଲେ । ପୀଡ଼ିତ ଜଣଙ୍କ ସୁଯୋଗ ପାଇଁ ଡ଼ାକ୍ତର ଖାନର ହ୍ୟୁମାନ ସର୍ଭିସ ଡ଼ିପାର୍ଟମେଣ୍ଟରେ ଅଭିଯୋଗ କରିବାରୁ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା । ହର୍ଟ ତାଙ୍କର ଅଭିଯୋଗରେ ଅଭିଯୁକ୍ତାଙ୍କ ବିରୋଧରେ ଅନେକ ଅଶ୍ଚର୍ଯ୍ୟକର କଥା ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର