ନିଜକୁ ଇଂରାଜୀ ନିଉଜ୍‌ ଚ୍ୟାନେଲର ଉପାଧ୍ୟକ୍ଷ କହି ବ୍ୟବସାୟୀଙ୍କୁ ଲୁଟିଥିଲେ ମହିଳା, ଶେଷରେ ଧରାପଡ଼ିଲେ

ନୂଆଦିଲ୍ଲୀ : ଦିଲ୍ଲୀର ଦୁଇ ଜଣ ବ୍ୟବସାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । କିଛି ଦିନ ତଳେ ଦିଲ୍ଲୀର ଜଣେ ବ୍ୟବସାୟୀ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚରେ ୩୦ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମହିଳାଙ୍କୁ ଧରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

The Financial Express

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ନିଜକୁ ଏକ ଇଂରାଜୀ ନିଉଜ ଚ୍ୟାନେଲର ଉପାଧ୍ୟକ୍ଷ କହି ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଟିକେଟ ଏବଂ ହୋଟେଲରେ ରୁମ୍‌ ବୁକ୍‌ କରିଥିଲେ । କିନ୍ତୁ ଟଙ୍କା ଦେବାକୁ କହିବା ପରେ ସେ ଆଜି କାଲି କହି ଟଙ୍କା ଦେଉ ନଥିଲେ । ପରେ ବ୍ୟବସାୟୀ ରବି ପଟେଲ ମହିଳା ଜଣଙ୍କ କହିଥିବା ନିଉଜ୍‌ ଚ୍ୟାନେଲକୁ ଯିବା ପରେ ସେଠାରେ ସେ ନାମରେ କୌଣସି ମହିଳା କାମ କରୁ ନ ଥିବା ଜାଣିବାକୁ ପାଇଥିଲେ । ପରେ ସେ ଠକାମିର ଶିକାର ହୋଇଥିବା ଜାଣି ପୁଲିସ ଆଗରେ ଅଭିଯୋଗ କରିଥିଲେ । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୨ରେ ସେ ଜଣେ ବ୍ୟବସାୟୀଙ୍କୁ ଠକି ଥିବାରୁ ୩ ମାସ ଜେଲ ଦଣ୍ଡ ଭୋଗିଥିଲେ । ଅଭିଯୁକ୍ତ ମହିଳା ଜଣେ ଇଞ୍ଜିନିୟରିଂ ଛାତ୍ରୀ ହୋଇଥିବା ବେଳେ ଇଞ୍ଜିନିୟରିଂ ପାଠ ସେ ଅଧାରୁ ଛାଡ଼ି ଦେଇଥିଲେ । ପରେ ତାଙ୍କର ଶୀଘ୍ର ବଡ଼ ଲୋକ ହେବାକୁ ଇଚ୍ଛା ଥିବାରୁ ବଡ଼ ବଡ଼ ବ୍ୟବସାୟୀଙ୍କୁ ଠକିବାର କାମ ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର