ବାପାକୁ ସୁସ୍ଥ କରିବା ପାଇଁ ଭାଉଜକୁ ବଳି ଦେବାକୁ ଉଦ୍ୟମ କ‌ଲେ ଝିଅ-ଜ୍ବ‌ାଇଁ, ଶରୀରରେ ପଡ଼ିଛି ୪୫୦ଟି ଷ୍ଟିଚ୍ !

ବରେଲି: ଉତ୍ତରପ୍ରଦେଶରୁ ଅନ୍ଧବିଶ୍ବାସର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ନିଜ ବାପାକୁ ସୁସ୍ଥ କରିବାକୁ ଯାଇ ଝିଅ-ଜ୍ବାଇଁ ଆପଣାଇଥିବା ବାଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାପାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଅନ୍ଧବିଶ୍ବାସର ବାଟ ଆପଣାଇ ନିଜ ଭାଉଜକୁ ବଳି ଦେବାକୁ ଚେଷ୍ଟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ବାରମ୍ବାର ଆକ୍ରମଣ ସତ୍ତ୍ବେ ନୂଆ ଜୀବନ ପାଇଛନ୍ତି ପୀଡ଼ିତା। ଶରୀରରେ ୪୫୦ଟି ଷ୍ଟିଚ୍ ପଡ଼ିଥିବା ବେଳେ ଡାକ୍ତରଖାନାରେ ଏବେ ପୀଡ଼ିତାଙ୍କ ଚିକିତ୍ସା ଚାଲୁ ରହିଛି। ପୀଡ଼ିତାଙ୍କ ନାଁ ରେଣୁ ବୋଲି ଜଣା ପଡ଼ିଥିବା ବେଳେ ଏଭଳି ଘଟଣା ପରେ ପୁଲିସ ଅଭିଯୁକ୍ତ ନଣନ୍ଦକୁ ଗିରଫ କରିଛି।

ରେଣୁଙ୍କ ଭାଇ ଦେଇଥିବା ସୂଚନା ମୁତାବକ, ଗତ କିଛି ମାସ ହେଲାଣି ରେଣୁଙ୍କ ଶଶୁର ରୋଗଗ୍ରସ୍ତ ହୋଇ ବିଛଣାରେ ପଡ଼ି ରହିଛନ୍ତି। ରେଣୁର ଦୁଇ ନଣନ୍ଦ-ନଣଦେଇ ତାନ୍ତ୍ରିକ ହୋଇଥିବାରୁ ସେମାନେ ରେଣୁଙ୍କ ଶଶୁରଙ୍କୁ ସୁସ୍ଥ କରିବା ପାଇଁ ତା’ର ବଳି ପକାଇବାର ଯୋଜନା ବନାଇଥିଲେ। ଯେତେ ଥର ରେଣୁୁ ଶରୀରକୁ ଛୁରୀରେ ଆକ୍ରମଣ କରାଯିବ, ସେତେ ବର୍ଷ ପର୍ଯ୍ୟନ୍ତ ବାପା ବଞ୍ଚିବେ ବୋଲି ଅନ୍ଧବିଶ୍ବାସ ରଖି ରେଣୁର ନଣନ୍ଦ ଓ ନଣଦେଇ ତାକୁ ଛୁରୀ ଭୁସିଥିଲେ।

तंत्र विद्या के ल‍िए बहू पर चाकुओं से वार, शरीर पर आए 450 टांके
aajtak.intoday.in

ଏହା ପରେ ରେଣୁ ନିଜର ଜୀବନ ବଞ୍ଚାଇବାକୁ ଯାଇ ରକ୍ତାକ୍ତ ଅବସ୍ଥାରେ ଘରୁ ବାହାରି ଦୌଡ଼ିବା ଆରମ୍ଭ କରିଥିଲେ । ହେଲେ ଅଧିକ ରକ୍ତ ବୋହି ଯାଇଥିବାରୁ ବରେଲି କଲେଜ ପାଖରେ ସେ ଅଚେତ ହୋଇ ଯାଇଥିଲେ । ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ରେଣୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଚିକିତ୍ସା ପରେ ଏବେ ରେଣୁଙ୍କ ଶରୀରରେ ୪୫୦ଟି ଷ୍ଟିଚ୍ ପଡ଼ିଛି।

ସମ୍ବନ୍ଧିତ ଖବର