ପ୍ରେମିକା ଶୁଝାଇଲେ ରାଗ ! ପ୍ରେମିକଙ୍କ ୨.୭୫ କୋଟିର ମର୍ସିଡିଜ୍‌ ଗାଡ଼ିକୁ ବ୍ୟାଟରେ ପିଟି ଭାଙ୍ଗିଲେ ; ଜାଣନ୍ତୁ କାହିଁକି

ଆଡ଼ିଲେଡ: ରାଗ ପ୍ରେମିକଙ୍କ ଉପରେ, କିନ୍ତୁ ରାଗ ଶୁଝାଇଲେ ଅନ୍ୟ ପ୍ରକାରେ। ପ୍ରେମିକଙ୍କ ପ୍ରତାରଣାର ପ୍ରତିଶୋଧ ଯୁବତୀ କେମିତି ନେଲେ ଆପଣ ଜାଣନ୍ତୁ। ଏକଥା ନିଶ୍ଚିତ ଯେ ତାଙ୍କ ରାଗ ପଞ୍ଚମରେ ଥିଲା।

ଯୁବତୀ ଜଣକ ଏକ ଦାମୀ ଲକଜୁରୀ ଗାଡ଼ିର ଅବସ୍ଥା ଏପରି କଲେ, ସେପରି  ଶତ୍ରୁ ବି କରିବନି । ଗାଡି ମାଲିିକ ନିଜର ନୂଆ ମର୍ସିଡିଜ୍‌ କାରକୁ  ଘର ତଳେ ପାର୍କ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହବା ଅନୁସାରେ, ଅପରାହ୍ନ ସମୟରେ ଜଣେ ୨୦ ବର୍ଷୀୟା ଯୁବତୀ ନିଜ କାରରେ ସେଠାକୁ ଆସିଲେ। ତାଙ୍କ ହାତରେ ଏକ ସ୍ପ୍ରେ ଥଲା । ମହିଲା ଜଣଙ୍କ କଲା ରଙ୍ଗର ସ୍ପ୍ରେ ସାହାଯ୍ୟରେ ଗାଡ଼ି ଉପରେ ଧୋକାବାଜ ଓ ଅନ୍ୟ ଖରାପ ଭାଷା ଲେଖିଦେଲେ। ଏତିକିରେ ତାଙ୍କ ମନ ଶାନ୍ତ ହୋଇନଥିଲା ସେ ଏକ ବେସବଲ ବ୍ୟାଟରେ କାରର କାଚକୁ ମଧ୍ୟ ଭାଙ୍ଗିଥିଲେ । ‘ଡେଲି ମେଲ୍‌’ର ରିପୋର୍ଟ ଅନୁସାରେ କାରର ମାଲିକ ଆଡ଼ିଲେଡର ଜଣେ ସ୍ଥାନୀୟ ବ୍ୟବସାୟୀ ଓ ସେ କିଛି ଦିନ ପୂର୍ବରୁ ଏହି କାରଟିକୁ କିଣିଥିଲେ । ଏହି ମର୍ସିଡିଜ ବେଞ୍ଚ ଏସ-୬୩ ମଡେଲ୍‌  ଗାଡିର ମୂଲ୍ୟ ୨ କୋଟି ୭୫ ଲକ୍ଷ ।

ସୂଚନା ଅନୁସାରେ ଏହି ବ୍ୟବସାୟୀ ଜଣଙ୍କ ଯୁବତୀଙ୍କ ପୁରୁଷ ବନ୍ଧୁ ଅଟନ୍ତି । ଯବତୀ ଜଣଙ୍କ କାରରେ ଲେଖିଥିବା ଶବ୍ଦରୁ ଜଣାପଡୁଛି ଯେ ବ୍ୟବସାୟୀ ଯୁବତୀଙ୍କୁ ପ୍ରେମରେ ଧୋକା ଦେଇଛନ୍ତି। ଫଳରେ ଏଥିରେ ରାଗିଯାଇ ପ୍ରେମିକା ତାଙ୍କ କାରର ଅବସ୍ଥା ଏପରି କରିଥିଲେ ।

ସମ୍ବନ୍ଧିତ ଖବର