ଆତ୍ମହତ୍ୟା ପାଇଁ ରେଳ ଧାରଣାରେ ଶୋଇଥିବା ଅବସ୍ଥାରେ ମା’ ଓ ଶିଶୁ ଉପରେ ଚଢ଼ିଗଲା ଟ୍ରେନ୍‌, କିଛି ସମୟ ପରେ ମା’ ପେଟ ଉପରେ ଖେଳୁଥିବା ନଜର ଆସିଲା ଶିଶୁ

ଲକ୍ଷ୍ନୌ: ଏମିତି ବି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କଥାରେ ଅଛି ଦଇବ ଯାହାକୁ ସାହା ତାହା ଉପରେ ବା କି ପ୍ରକାର ବିପଦ। ଏଭଳି ଉକ୍ତି କହିବାର ଯଥାର୍ଥ ହେଉଛି, ନିଜ ପିଲାକୁ ଧରି ଟ୍ରେନ୍‌ ଆଗକୁ ଆତ୍ମହତ୍ୟା କରିବାକୁ ଯାଇଥିବା ଜଣେ ମହିଳା ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି। ଏହି ଦୃଶ୍ୟକୁ ଦେଖିଥିବା ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ପ୍ରତାପଗଢ଼ରେ ବସବାସ କରୁଥିବା ଜଣେ ମହିଳା ତାଙ୍କ ଦେଢ଼ ମାସର ଶିଶୁ ପୁତ୍ରକୁ ଧରି ଗତଶନିବାର ସକାଳ ୧୧ଟା ବାଜି ୩୦ମିନିଟ୍‌ରେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ବୁରହାନପୁର ଷ୍ଟେସନରେ ଓହ୍ଲାଇ ଥିଲେ। ଏହି ସମୟରେ ଅନ୍ୟ ଏକ ଟ୍ରାକରେ ପୁଷ୍ପକ ଏକ୍ସପ୍ରେସ୍‌ ଆସୁଥିବା ଦେଖି ମହିଳା ଆଖି ପିଛୁଳାକେ ତାଙ୍କ ଦେଢ଼ ମାସର ପୁଅକୁ ଧରି ସେହି ଟ୍ରେନ୍‌ ଆଗରେ ଶୋଇପଡ଼ିଥିଲେ। ଏହି ଦୃଶ୍ୟ ଦେଖୁଥିବା ଲୋକମାନେ ହତବାକ୍‌ ହୋଇପଡ଼ିଥିଲେ। କ’ଣ କରିବେ କିଛି ବୁଝି ବିଚାରି ପାରି ନଥିଲେ। ଲୋକମାନେ ମା’ ଓ ଶିଶୁକୁ ବଞ୍ଚାଇବାକୁ ଯାଉଥିବା ସମୟରେ ଟ୍ରେନ୍‌ଟି ଦୁହିଁଙ୍କ ଉପର ଦେଇ ଚାଲି ଯାଇଥିଲା। ସମସ୍ତଙ୍କ ନିଶ୍ୱାସ ଗୋଟିଏ ସମୟ ପାଇଁ ଅଟକି ଯାଇଥିଲେ …ହେ ଭଗବାନ ବୋଲି ସମସ୍ତଙ୍କ ମୁଖରୁ ଅଜଣାତରେ ବାହାରି ପଡ଼ିଥିଲା। ଟ୍ରେନ୍‌ଟି ଚାଲିଯିବା ପରେ ଲୋକମାନେ ମହିଳାଙ୍କୁ ସେଭଳି ଧାରଣାରେ ଆଖି ବନ୍ଦ କରି ପଡ଼ି ଥିବା ସହିତ ଶିଶୁଟି ମା’ ପେଟ ଉପରେ ଖେଳୁଥିବା ଦେଖିବାକୁ ପାଇଥିଲେ। ସୌଭାଗ୍ୟବଶତଃ ମା’ପୁଅ ନୁହେଁ ଜୀବିତ ଥିଲେ। ଦୁହିଁଙ୍କ ଦେହରେ ଟିକିଏ ବି ଆଘାତ ଲାଗି ନ ଥିଲା। ତୁରନ୍ତ ଘଟଣା ସମ୍ପର୍କରେ ଷ୍ଟେଟସ୍‌ ମାଷ୍ଟଙ୍କୁ ସୂଚନା ଦିଆଯାଇଥିଲା।

ମହିଳା ଜଣଙ୍କ କହିବା ଅନୁଯାୟୀ, ତାଙ୍କ ସାବତ ମା’ ଜୋର ଜବରଦସ୍ତ ଜଣେ ବିବାହିତ ପୁରୁଷଙ୍କ ସହିତ ବିବାହ କରାଇ ଦେଇଥିଲା। ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ପରେ ଛାଡ଼ପତ୍ର ଦେଇଥିଲେ। ସେବେଠାରୁ ସେ ଚିନ୍ତାରେ ରହୁଥିଲେ। ପୁଅ ହେବା ପୂର୍ବରୁ ମଧ୍ୟ ସେ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର