ଅନ୍ତିମ ସଂସ୍କାରର ୧୦ଦିନ ପରେ ଘରକୁ ଫେରିଲା ଝିଅ, ଏହା କେମିତି ସମ୍ଭବ ହେଲା ଜାଣନ୍ତୁ

ନୋଏଡ଼ା : ନୋଏଡ଼ାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ମୃତ ଘୋଷିତ ଯୁବତୀ ଜୀବିତ ହୋଇ ଘରକୁ ଫେରି ଆସିଥିବା ଜଣାପଡ଼ିଛି । ଘର ଲୋକ ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିବା ବେଳେ ଘଟଣାର ୧୦ଦିନ ପରେ ଯୁବତୀ ଜଣଙ୍କ ଘରକୁ ଫେରିଛନ୍ତି । ଝିଅକୁ ଆଖି ଆଗରେ ଦେଖି ପରିବାର ଲୋକେ ବିଶ୍ୱାସ କରି ପାରୁ ନ ଥିବା ବେଳେ ଏହି ଖବରଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀଙ୍କ ନାମ ନୀତୁ ସକ୍ସେନା ଓ ୨୪ ଏପ୍ରିଲରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପରିବାର ଲୋକେ ନୀତୁଙ୍କର ନିଖୋଜ ହେବାର ଏତଲା ଦେବା ପରେ ୨୪ ଏପ୍ରିଲ ଦିନ ରାସ୍ତା କଡ଼ରୁ ଅଖାରେ ବନ୍ଧାଥିବା ଏକ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । କିନ୍ତୁ ମୃତଦେହଟି ତାଙ୍କର ନ ଥିଲା।

ସୂଚନା ମୁତାବକ, ନୀତୁ ୬ ବର୍ଷ ପୂର୍ବେ ଶାହାଜାହାନପୁର୍‌ର ରାମଲକ୍ଷ୍ମଣଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇଟି ପିଲା ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ନୀତୁ ଘର ଛାଡ଼ି ଆସି ଭଡ଼ା ଘରେ ରହୁଥିଲେ । ଏପ୍ରିଲ ୬ରେ ସେ ଫ୍ୟାକ୍ଟ୍ରିରୁ କାମ ସାରି ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ଏପ୍ରିଲ ୭ରେ ପୁଲିସ ଷ୍ଟେସନରେ ନିଖୋଜ ଥିବା ନେଇ ଏତଲା ଦେଇଥିଲେ ।

The Indian Express

କିଛି ଦିନର ସନ୍ଧାନ ପରେ ୨୪ଏପ୍ରିଲରେ ରାସ୍ତା କଡ଼ରୁ ଏକ ମହିଳାଙ୍କ ଶବ ଉଦ୍ଧାର କରିଥିଲା ପୁଲିସ । ଏହା ପରେ ପରିବାର ଲୋକ ଆସି ଶବକୁ ନୀତୁ ବୋଲି ଚହ୍ନଟ କରିବା ସହ ଏହା ପଛରେ ନୀତୁଙ୍କ ସ୍ୱାମୀଙ୍କର ହାତ ଥିବା ନେଇ ଅଭିଯୋଗ କରିଥିଲେ। କିନ୍ତୁ ୧୦ ଦିନ ପରେ ବୁଧବାର ନୀତୁ ତାଙ୍କ ଘରେ ପହଞ୍ଚିବା ପରେ ସବୁ କଥା ସାମ୍ନାକୁ ଆସିଥିଲା । ନୀତୁ ବଞ୍ଚିଥିବା ଜାଣି ପୁଲିସ ସେଠାରେ ପହଞ୍ଚି ତାଙ୍କୁ ପଚରାଉଚରା କରିବା ପରେ ସେ ପ୍ରକୃତ ଘଟଣା ବିଷୟରେ କହିଥିଲେ । ସେ ଜଣଙ୍କୁ ପ୍ରେମ କରୁଥିବା ସହ ତାଙ୍କ ସହ ରହୁଥିଲେ ଏବଂ କିଛି ନ ଜଣାଇ ଚାଲି ଯାଇଥିବାରୁ ଘରକୁ ଜଣାଇବା ପାଇଁ ଆସିଥିଲେ ପୁଲିସ ଆଗରେ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର