ଅନ୍ତଃବସ୍ତ୍ର ତଳେ ୪୧ ଲକ୍ଷ ଟଙ୍କାର ସୁନା ଲୁଚେଇ ଚୋରା ଚାଲାଣ କରୁଥିଲେ ମହିଳା

ନୂଆଦିଲ୍ଳୀ: ଦିଲ୍ଳୀ ବିମାନ ବନ୍ଦରରେ ଚୋରା ସୁନା କାରବାର କରୁଥିବା ସମୟରେ ପୁଲିସ୍‌ ହାତରେ ଜଣେ ମହିଳା ଧରାପଡ଼ିଛନ୍ତି। ଗତ ଏପ୍ରିଲ୍‌ ୨୫ ତାରିଖରେ ମହିଳା ଜଣକ ପୁଳିସ୍‌ ହାତରେ ଧରାପଡ଼ିଛନ୍ତି। ଜାଣିବାକୁ ମିଳିଛି ଯେ ମହିଳା ଜଣକ ପ୍ରାୟ ୪୧ ଲକ୍ଷ ଟଙ୍କାର ସୁନା ନିଜ ପାଖରେ ରଖିଥିଲେ। ଦୁବାଇରୁ ଫେରୁଥିବା ବେଳେ ଏହି ଅଭିଯୁକ୍ତା ମହିଳାଙ୍କୁ ସୋମବାର ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଚୋରା ସୁନାକୁ ମହିଳା ଯାତ୍ରୀ ଜଣକ ନିଜର ଭିତର ପୋଷାକ ମଧ୍ୟରେ ଲୁଚାଇ ରଖିଥିଲେ। ପ୍ରାୟ ୧.୩ କିଲୋଗ୍ରାମର ସୁନା ମହିଳା ଜଣକ ନିଜ ପୋଷାକ ତଳେ ଲୁଛାଇ ରଖିଥିଲେ ବୋଲି ଜାଣିବାକୁ ମିଳିଛି। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ମହିଳାଙ୍କ ବ୍ୟତୀତ ଅନ୍ୟ ଜଣଙ୍କୁ ବି ଗିରଫ କରିଛି। ମାମଲାରେ ସଂପୃକ୍ତି ଥିବା ସନ୍ଦେହ କରି ମହିଳାଙ୍କର ଜଣେ ସହଯୋଗୀଙ୍କୁ ପୁଳିସ୍‌ ବିମାନ ବନ୍ଦର ବାହାରେ ପଚରାଉଚରା କରିଛି। ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କଠାରୁ ସୁନା ଗ୍ରହଣ କରିଥାନ୍ତେ ବୋଲି ସୂଚନା ହସ୍ତଗତ ହୋଇଛି। ତଦନ୍ତ କରି ଉକ୍ତ ୨ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ତଦନ୍ତ ଏବେ ବି ଜାରି ରହିଛି।

ସମ୍ବନ୍ଧିତ ଖବର