ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହୋଟେଲର ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ, ଅଭିଯୁକ୍ତ ସ୍ୱାମୀ  ଫେରାର

ଭୁବନେଶ୍ୱର: ଆଜି ସକାଳେ ଭୁବଶ୍ୱେର କମିସନରେଟ୍‌ର ମଞ୍ଚେଶ୍ୱର ଥାନା ନିକଟରେ ଥିବା ହୋଟେଲ ହାଇେଓ୍ଵ ଇନ୍‌ରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁୁବୁଡ଼ୁ ମୃତଦେହ ମିଳିଛି। ତାଙ୍କ ମୁଣ୍ଡକୁ ଛୁରିରେ ଭୁସିି ହତ୍ୟା କରାଯାଇଛି। ନିଜକୁ ସ୍ୱାମୀସ୍ତ୍ରୀ ଭାବେ ପରିଚୟ ଦେଇ ଗତକାଲି ଏହି ଯୁବତୀ ଓ ତାଙ୍କ ସହିତ ଜଣେ ଯୁବକ ଏଠାରେ ଆସି ରହିଥିଲେ। ମାତ୍ର ହତ୍ୟାକାଣ୍ଡ ପରଠାରୁ ଯୁବକ ଜଣକ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଅରମ୍ଭ କରିଛି।


ମିଳଇତିବା ସୂଚନା ଅନୁଯାୟୀ,ଗତ ୨୨ ତାରିଖ ସକାଳେ ମଞ୍ଚେଶ୍ୱର ଥାନା ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ହୋଟେଲ ହାଇେଓ୍ଵ ଇନ୍‌ରେ ଆଦିତ୍ୟ ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଆସି ରହିଥିଲେ। ଉଭୟ ନିଜକୁ ପତିପତ୍ନୀ ବୋଲି ପରିଚୟ ଦେଇଥିଲେ। ଆଦିତ୍ୟ ମହାପାତ୍ରଙ୍କ ଘର ପୁରୀ ହୋଇଥିବା ବେଳେ ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଠାରେ।ତେବେ ସେ ପଟିଆ ଅଞ୍ଚଳରେ ରହୁଥିଲେ। ଗତକାଲି ଉଭୟ ବାହାରକୁ ବୁଲିବାକୁ ଯାଇ ମଧ୍ୟାହ୍ନ ବେଳେ ଫେରିଥିଲେ। ହେଟେଲ କର୍ମଚାରୀ ୩ ଦିନହୋଇ ଯାଇଥିବାରୁ ରୁମ୍‌ ଭଡ଼ା ଡିପୋଜିଟ୍‌ କରିବାକୁ କହିଥିଲେ । ଅପରାହ୍ଣ ୪ଟା ବେଳେ ମୁଁ ଆସୁଛି, ଆସିଲେ ଟଙ୍କା ଦେବିି କହି ଆଦିତ୍ୟ ହୋଟେଲରୁ ବାହାରି ଯାଇଥିଲେ। ରାତି ୮ଟା ବେଳକୁ ଆଦିତ୍ୟଙ୍କ ମୋବାଇଲ ଫୋନ୍‍ ସୁଇଚଅଫ୍‌ ହୋଇ ଯାଇଥିଳା। ତେବେ ଆଜି ସକାଳୁ ଆଦିତ୍ୟଙ୍କର କୌଣସି ପତ୍ତା ନ ଥିବା ବେଳେ ବାହାରପଟୁ ହୋଟେଲରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ସନ୍ଦେହରେ ହୋଟେଲର କର୍ମଚାରୀମାନେ କବାଟ ପାଖକୁ ଯାଇ ସେଠାରେ କିଛି ରକ୍ତପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହୋଟେଲର କବାଟ ଖୋଲିଥିଲେ। କବାଟ ଖୋଲିିବା ପରେ ଭିତରେ ଲକ୍ଷ୍ମୀପ୍ରିୟାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଛୁରି ଭୁସାଯାଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର