ଚାକିରି ଦେବାକୁ ଡ଼ାକି ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ : ଗାଡ଼ିରୁ ପୀଡ଼ିତାଙ୍କ ଶିଶୁକୁ ଫିଙ୍ଗିଲେ ଦୁଷ୍କର୍ମକାରୀ

ମୁଜାଫରନଗର : ଚାକିରି ଦେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ବିଶ୍ୱାସରେ ବିଷ ଦେଲେ ଅଭିଯୁକ୍ତ । ଚାକିରି କରାଇଦେବା ବାହାନାରେ ମହିଳାଙ୍କୁ ଡ଼ାକି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଦୁଇ ଦୁର୍ବୃତ୍ତ । ଏହା ସହ ମହିଳାଙ୍କ ସାଥିରେ ଥିବା ତାଙ୍କ ଶିଶୁକୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଇଥିଲେ ଦୁଇ ଅଭିଯୁକ୍ତ । ଏହି ଘଟଣାଟି ଦିଲ୍ଲୀ-ଡ଼େରାଡ଼ୁନ୍‌ ହାଇେଓ୍ଵରେ ଘଟିଥିବା ବେଳେ ଶିଶୁକୁ ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନରେ ଛାଡ଼ି ପଳାଇଥିଲେ । ଚେତା ଫେରିବା ପରେ ପୀଡ଼ିତା ଜଣଙ୍କ ପୁଲିସ ଷ୍ଟେସନ ଯାଇ ପୁରା ଘଟଣା ବିଷୟରେ ଜଣାଇଥିଲେ ।

Latestly

ତାଙ୍କ କହିବା ଅନୁଯାୟୀ, ସୋମବାର ସଂନ୍ଧ୍ୟାରେ ଆର୍‌କେ ମେହେତା ନାମକ ଜଣେ ଯୁବକ ତାଙ୍କୁ ଫୋନ କରି ଚାକିରି ଦେବେ ବୋଲି କହି ଡ଼କାଇଥିଲେ । ଘରେ ତାଙ୍କ ଛୋଟ ପିଲାର ଦେଖା ଶୁଣା କରିବା ପାଇଁ କେହି ନ ଥିବାରୁ ପୀଡ଼ିତା ଜଣକ ତାଙ୍କ ଶିଶୁକୁ ଧରି ଯୁବକ କହିଥିବା ସ୍ଥାନରେ ଯାଇ ପହଞ୍ଚିଥିଲେ । ଏହା ପରେ ମେହେତା ତାଙ୍କୁ ଗାଡ଼ିରେ ବସିବା ପାଇଁ କହିବା ସହ ଗାଡ଼ିରେ ଆଉ ଜଣେ ମଧ୍ୟ ଉପସ୍ଥିତ ଥିବା ଦେଖି ପୀଡ଼ିତା ତାଙ୍କ ସହ ଯିବା ପାଇଁ ମନା କରିଥିଲେ । ଏହା ଦେଖି ମେହେତା ସେ ମୋ ସାଙ୍ଗ । ତୁମେ ଡ଼ର ନାହିଁ ବୋଲି କହି ପୀଡ଼ିତାଙ୍କୁ ଗାଡ଼ିରେ ବସାଇଥିଲେ । କିଛି ବାଟ ଯିବା ପରେ ମୁଜାଫରନଗରଠାରେ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନିଶା ମିଶାଇ କିଛି ପିଇବାକୁ ଦେଇଥିଲେ । କିଛି ସମୟ ପରେ ସେ ଅଚେତ ହୋଇଯିବାରୁ ତାଙ୍କ ଶିଶୁକୁ ଫିଙ୍ଗି ଦେବା ସହିତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୁଲିସ ପୀଡ଼ିତାଙ୍କ ଏତଲା ଗ୍ରହଣ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିିଛି ।

ସମ୍ବନ୍ଧିତ ଖବର