ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଅପମାନ; ରୁଟି ପୋଡ଼ି ଦେଇଥିବାରୁ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଲେ ପତି

ଲକ୍ଷ୍ନୌ: ତିନ୍‌ ତଲାକ୍‌ ପ୍ରଥାକୁ ସର୍ବୋଚ୍ଚ ନ୍ୟାୟାଳୟ ଅସାମ୍ବିଧାନିକ ଘୋଷଣା କରିବା ପରେ ବି ଦେଶରେ ପୂରାପୂରି ଭାବେ ଏହି ପ୍ରଥା ଲୋପ ପାଇନାହିଁ। ଏବେ ବି କେଉଁଠି ନା କେଉଁଠି ତିନ୍‌ ତଲାକ୍‌ ଜରିଆରେ ଘଟୁଛି ଛାଡ଼ପତ୍ର। ଉତ୍ତରପ୍ରଦେଶରେ ଏବେ ସେହିପରି ଏକ ଘଟଣା ନଜରକୁ ଆସିଛି। ୟୁପିର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ସେ ରୁଟି ପୋଡ଼ି ଦେବାରୁ ତାଙ୍କ୍‌ ଶଶୁରଘର ଲୋକେ ତାଙ୍କର ତିନ୍‌ ତଲାକ୍‌ ଜରିଆରେ ଛାଡ଼ପତ୍ର କରାଇ ଘର ଛାଡ଼ି ଯିବା ପାଇଁ ବାଧ୍ୟ କରୁଛନ୍ତି।

ଏହି ଘଟଣାଟି ଯୁପିର ମହୋବା ଜିଲ୍ଲାସ୍ଥିତ ପହରେଥା ଗ୍ରାମରେ ଘଟିଛି। ଏହି ଘଟଣାର ୨୪ ବର୍ଷୀୟା ପୀଡ଼ିତା ଗତକାଲି ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ସତ ପଦାକୁ ଆସିଛି। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି।

ମହିଳା ଜଣକ ଗତ ବର୍ଷ ବିବାହ କରିଥିଲେ। ପତି-ପତ୍ନୀଙ୍କ ମଧ୍ୟରେ ସେପରି ଭଲ ଭାବେ ପଡୁନଥିଲା। ଏପରିକି ତାଙ୍କ ସ୍ୱାମୀ ୩ ଦିନ ତଳେ ସିଗାରେଟ୍‌ ଚେଙ୍ଗ ତାଙ୍କ ହାତରେ ଦେଇଥିବା ମଧ୍ୟ ସେ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟ ୨୨ ତାରିଖରେ ସୁପ୍ରିମ୍‌କୋର୍ଟ ତିନ୍‌ ତଲାକ୍‌ ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର