ଶଶୁରଘର ଲୋକଙ୍କୁ ମାରିବାକୁ ଡାଲିରେ ବିଷ ମିଶାଇଲା ନିର୍ଯାତିତା ବୋହୂ, ଭୋଜି ଖାଇ ମରିଗଲେ ୫ ସଂପର୍କୀୟ

ମୁମ୍ବାଇ:  ଡାଲିରେ ବିଷ ଦେଇ ୫ ଜଣ ଲୋକଙ୍କ ହତ୍ୟା କରିଥିବା ଅଭିଯୋଗରେ ଶୁକ୍ରବାର ପୁଲିସ ଜଣେ ମହିଳାଙ୍କୁ  ଗିରଫ କରିଛି। ମହିଳାଙ୍କ ବର୍ଣ୍ଣ .ଗୋରା .ହୋଇ ନ ଥିବାରୁ ଅତ୍ୟାଚାରା ଶିକାର ହେଉଥିବା ଏହି ମହିଳା ଶଶୁରଘର ଲୋକଙ୍କୁ ମାରିବା ପାଇଁ ଡାଲିରେ ବିଷ ମିଶାଇଥିବା ବେଳେ ଶଶୁରଘର ଲୋକଙ୍କର କିଛି ହେବା ପରିବର୍ତ୍ତେ ଭୋଜିକୁ ନିମନ୍ତ୍ରିତ ହୋଇଥିବା ୫ ଜଣ ଅତିଥି ତାହାକୁ ଖାଇ ମୃତ୍ୟୁ ବରଣ କରିଛନ୍ତି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୁମ୍ବାଇରୁ ୭୦ କିଲୋମିଟର ଦୂର ଖଲାପୁରର ବାସିନ୍ଦା ୨୩ ବର୍ଷୀୟା ପ୍ରଜ୍ଞା  ଏହି କାମ କରିଥିବା  ସ୍ୱୀକାର କରିଛନ୍ତି । ପ୍ରଜ୍ଞା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ବିବାହକୁ ୨ ବର୍ଷ ହୋଇଗଲାଣି। ଏହି ୨ ବର୍ଷ ମଧ୍ୟରେ ସେ ତାଙ୍କ ତ୍ୱଚାର ରଂଗ ଓ ଭଲ ରୋଷେଇ କରୁନଥିବା ହେତୁ ରୀତିମତ ଭାବେ ଅପମାନିତ ହୋଇ ଆସୁଥିଲେ। ଫଳରେ ତାଙ୍କୁ ଅଶାନ୍ତିରେ ଜୀବନ କାଟିବାକୁ ପଡ଼ୁଥିଲା।

ପ୍ରଜ୍ଞାଙ୍କ କହିବା ମୁତାବକ ତାଙ୍କୁ ତାଙ୍କର ଶାଶୂ ସିନ୍ଧୁ, ସ୍ୱାମୀ ସୁରେଶ, ନଣନ୍ଦ ଉଜାଲା ଓ ଜ୍ୟୋତି ଆଦି ନିର୍ଯାତନା ଦେଉଥିଲେ।

ବିଷ ଖାଇବି ମରଣ ମୁହଁରୁ ବର୍ତ୍ତି ଯାଇଥିବା ୧୩ ବର୍ଷିଅ ବିଳାସ କହନ୍ତି କି ମୋର ମନେ ଅଛି ଡାଲି ଟିକେ ପିତା ଲାଗୁଥିଲା।

ମହିଳା ଜଣଙ୍କର ଏହା ଦ୍ୱିତୀୟ ବିବାହ ଥିଲା। ସେ ଅଭିଯୋଗ ଆଣିଛନ୍ତି କି ‘ମୋର ପ୍ରଥମ ବିବାହ ବିଫଳ ହେବାର କାରଣ ଥିଲେ ଉଲ୍‌କା ସିନ୍ଧେ। ସେ ମୋର ଦ୍ୱିତୀୟ ବିବାହରେ ବି ହସ୍ତକ୍ଷେପ କରୁଛନ୍ତି। ମୋ ବାହାଘର ହେବା ପରଠାରୁ ସେ ରୀତିମତ ଭାବେ ମୋ ଶାଶୂଙ୍କ ମୁଣ୍ଡରେ ଆଡୁସାଡୁ କଥା ପୂରାଉଛନ୍ତି। ପ୍ରଥମ ବିବାହରେ ସେ ମୋ ଚରିତ୍ରକୁ ଅକ୍ଷେପ କରି ମୋ ବିବାହ ଭାଙ୍ଗି ଦେଇଥିଲେ।’

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ପ୍ରାୟ ୧୨୦ ଜଣ ନିମନ୍ତ୍ରିତ ହୋଇଥିବା ଏକ ଭୋଜିରେ ପ୍ରଥମ ବ୍ୟାଚ୍‌ ଖାଇବାକୁ ବସିବା ପରେ ସତ ଧରା ପଡ଼ିଥିଲା। ସେମାନେ ଖାଇ ସାରି ଉଠିବା ପରେ ବାନ୍ତି ଓ ପେଟ କାମୁଡ଼ା ଆରମ୍ଭ ହୋଇ ଯାଇଥିଲା। ସେହି ଖାଦ୍ୟ ଖାଇବା ପରେ ପରେ ତତ୍‌କ୍ଷଣାତ ୮୮ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

 

ସମ୍ବନ୍ଧିତ ଖବର