କାମକୁ ଯାଉଥିବା ବେଳେ ବସ୍‌ କଣ୍ଡକ୍ଟର ଦ୍ୱାରା ଯୌନ ଶୋଷଣର ଶିକାର ହେଲେ ମହିଳା ହୋମ୍‌ଗାର୍ଡ଼, ବିରୋଧ କରିବାରୁ ହେଲେ ଆକ୍ରମଣର ଶିକାର

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଦିବାଲୋକରେ ଜଣେ ମହିଳା ହୋମ୍‌ଗାର୍ଡ଼ ହୋଇଛନ୍ତି ଯୌନ ଶୋଷଣର ଶିକାର । ନିଜ କାମକୁ ଯାଉଥିବା ସମୟରେ ଜଣେ ବସ୍‌ କଣ୍ଡକ୍ଟର ମହିଳା ହୋମ୍‌ଗାର୍ଡ଼ଙ୍କୁ ଯୌନ ଶୋଷଣ କରିଥିଲେ । ଏହାର ବିରୋଧ କରିବା ପାଇଁ ଚେଷ୍ଟା କରିବାରୁ ମହିଳାଙ୍କୁ ବସ୍‌ କଣ୍ଡକ୍ଟର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ପୀଡ଼ିତା ବସ୍‌ ଯୋଗେ କାମକୁ ଯାଉଥିବା ବେଳେ ଜଣେ ବସ୍‌ କଣ୍ଡକ୍ଟର ପୀଡ଼ିତାଙ୍କ ପୋଷାକ ଟାଣିବା ଆରମ୍ଭ କରିଥିଲେ । ପୀଡ଼ିତା ଏହାର ବିରୋଧ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ସେ ପିନ୍ଧିଥିବା ପୋଷାକକୁ ଫାଡ଼ି ଦେଇଥିଲେ । ଆକ୍ରମଣର ଶିକାର ହୋଇ ପୀଡ଼ିତା ବେହୋସ ହେବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ପୀଡ଼ିତା ପୂରା ଘଟଣା ପୁଲିସକୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର