ଚୁମ୍ବନ ଦେବା ଆଳରେ ସ୍ୱାମୀଙ୍କ ଜିଭ କାମୁଡ଼ି ଛିଡ଼ାଇଦେଲେ ଗର୍ଭବତୀ ପତ୍ନୀ

ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ୨୨ ବର୍ଷୀୟା ମହିଳା ନିଜ ସ୍ୱାମୀଙ୍କ ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ପଥପ୍ରାନ୍ତ କଳାକାର ଭାବେ କାର୍ଯ୍ୟ କରୁଥିବା ସ୍ୱାମୀଙ୍କୁ ଅତି ଗୁରତର ଭାବେ ପ୍ରଥମେ ଏକ ଘରୋଇ ଡାକ୍ତରଖାନା ଓ ପରେ ସଫଦରଜଙ୍ଗ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛିି। ତାଙ୍କ ଛିଡ଼ିଯାଇଥିବା ଜିଭ ଯୋଡ଼ିବା ସମ୍ଭବ ହୋଇ ନାହିଁ। ଯୁବକଙ୍କର ଜିଭରେ ଅସ୍ତ୍ରୋପଚାର କରାଯାଇଛି। ଅପରପକ୍ଷେ ୮ ମାସ ଗର୍ଭବତୀ ଥିବା ପତ୍ନୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଦିଲ୍ଲୀର ଉପାନ୍ତ ରନହୋଲାର ବିକାଶନଗରରେ ଠାରେ କରନ ସିଂହ ନାମକ ଜଣେ ପଥପ୍ରାନ୍ତ କଳାକାର ରହନ୍ତି। ତାଙ୍କର ୨୦୧୬ ମସିହା ନଭେମ୍ବର ମାସରେ କାଜଲ ସିଂହ(୨୨ ବର୍ଷ)ଙ୍କ ସହିତ ବିବାହ ହୋଇଥିଲା। କରଣ, କାଜଲ ଓ କରଣଙ୍କ ବାପାମା ଏକାଠି ରହନ୍ତି। ତେବେ ଅଧିକାଂଶ ସମୟରେ କରଣ ଓ କାଜଲଙ୍କ ମଧରେ ପାଟିତୁଣ୍ଡ ହୁଏ ଓଏହାକୁ ସେମାନଙ୍କ ବାପାମା’ ସମାଧାନ କରନ୍ତି। ତେବେ ଗତ ଶନିବାର ଦିନ ରାତି ୧୧ଟା ବେଳେ ପୁଣି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ କରଣଙ୍କ ବାପାମା’ ତୁଟାଇଥିଲେ। ଏହା ପରେ ରାତିରେ ସ୍ୱାମୀସ୍ତ୍ରୀ ଶୋଇବା ପାଇଁ ଘର ଭିତରକୁ ଯାଇଥିଲେ। ତେବେ ରାତି ୧୨ଟା ବେଳେ ହଠାତ କରଣ ଚିତ୍କାର କରି ବାହାରକୁ ଆସିଥିଲେ ଓ ତାଙ୍କ ପାଟିରୁ ପ୍ରବଳ ରକ୍ତ ବାହାରୁଥିଲା। ସଙ୍ଗେ ସଙ୍ଗେ ଏ ନେଇ ପୁଲିସକୁ ସୂଚନା ଦିଆଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି କରଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ପୁଲିସ କାଜଲଙ୍କୁ ଗିରଫ କରିଛି। ଜଣାପଡ଼ିଛି କି ଚୁମ୍ବନ ଦେବା ଆଳରେ ପତ୍ନୀ ପତିଙ୍କର ଜିଭକୁ କାମୁଡ଼ି ଛିଡ଼ାଇ ଦେଇଥିଲ।

ପୁଲିସ ପକ୍ଷରୁ କୁହାଯାଇଛି ଯେ ପିସିଆର ଭ୍ୟାନ ରାତି ଅଧରେ ସୂଚନା ପାଇ ଯୁବକଙ୍କ ଘରେ ପହଞ୍ଚିି ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଛି। ଏ ନେଇ ସ୍ୱାମୀ ଜଣକ ନିଜ ପତ୍ନୀଙ୍କ ନାମରେ ରବିବାର ଦିନ ଏତଲା ଦେଇଛନ୍ତି। ଏତଲା ଭିତ୍ତିରେ ପତ୍ନୀଙ୍କୁ ଗିରଫ କରାଯାଇଛିି। ଯୁବକଙ୍କର ଜିଭ ଅସ୍ତ୍ରୋପଚାର କରାଯାଇଛି । ମାତ୍ର ଯେହେତୁ ପତ୍ନୀ ଛିଡ଼ାଇ ଦେଇଥିବା ଜିଭର ଅଂଶଟି ଏଥିରେ ଯୋଡ଼ା ଯାଇ ପାରି ନାହିଁ, ତେଣୁ ସେ କଥା କହି ପାରିବେ କିମ୍ବା ନାହିଁ ତାହ ଜଣା ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର