ମହିଳା ଦେଖୁଥିିଲେ ପର୍ଣ୍ଣ ଭିଡିଓ; ଭିଡିଓରେ ସ୍ୱାମୀଙ୍କୁ ଦେଖି ଚମକି ପଡ଼ିଲେ

ଓ୍ଵାଶିଂଟନ: ବେଳେ ବେଳେ ଅଚାନକ ଭାବେ ଯେଉଁ ଭଳି ଭାବେ ଧକ୍କା ଲାଗିଥାଏ ତାହା କେହି କେବେ କଳ୍ପନା କରିନଥାନ୍ତି ପୂର୍ବରୁ। ଆମେରିକାର ଜଣେ ମହିଳା ତାଙ୍କ ମୋବାଇଲ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥାନ୍ତି। ମହିଳାଙ୍କ ପାଖରେ ଶୋଇଥାନ୍ତି ତାଙ୍କ ସ୍ୱାମୀ। ମହିଳା ଜଣକ ତାଙ୍କ ରେଡିଟ୍‌ ରିଲେସନ୍‌ସିପ୍‌ ଫୋରମ୍‌ରେ ଲେଖିଥିଲେ ଯେ ‘ମୋ ସ୍ୱାମୀ ଯେତେବେଳେ ଶୋଇଥିଲେ ମୁଁ ସେତେବେଳେ ପର୍ଣ୍ଣ ଚଳଚ୍ଚିତ୍ର ଦେଖୁଥିଲି। ମୁଁ ଏକ ଭିଡିଓରେ କ୍ଲିକ୍‌ କରିଦେଲି। ଭିଡିଓ ଦେଖିବା ପରେ ମୁଁ ଚମକି ଉଠିଲି। ଭିଡିଓରେ ମୋ ସ୍ୱାମୀ ଥିଲେ। ତାଙ୍କ ଚେହେରା ପରିଷ୍କାର ନଜର ଆସିଲା ମୋତେ।’

ମହିଳା ଜଣକ ଆହୁରି ବି ଲେଖିଛନ୍ତି କି ସେ ଭିଡିଓରେ ତାଙ୍କ ସ୍ୱାମୀଙ୍କୁ ଦେଖିବା ପରେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ। ମହିଳାଙ୍କୁ ରେଡିଟ୍‌ ବ୍ୟବହାରକାରୀମାନେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଶେଷରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସେହି ଭିଡିଓ ଦେଖାଇବା ପରେ ତାଙ୍କ ସ୍ୱାମୀ କିଛି କହିବା ଆଗରୁ ମହିଳା ଜଣକ ନିଜ ଆଡୁ ଛାଡ଼ପତ୍ର ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର