ପ୍ରେମିକକୁ ବାହା ହେବା ପାଇଁ ମହିଳା ରଚିଲେ ନିଜ ହତ୍ୟାର ମିଛ କାହାଣୀ, ଧରାପକାଇଦେଲା ଫେସବୁକ୍‌

ଗାଜିଆବାଦ: ଉତ୍ତରପ୍ରଦେଶର ବାରବାଙ୍କ ଜିଲ୍ଲା ଅନ୍ତର୍ଗତ ସଫଦରଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଏକ ବିଚିତ୍ର ଘଟଣା। ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ବାବାହ କରିବା ପାଇଁ ନିଜ ହତ୍ୟାର ମିଛ କାହାଣି ରଚିଛନ୍ତି। କେବଳ ସେତିକି ନୁହେଁ, ସମ୍ପୃକ୍ତ ଯୁବତୀଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ହତ୍ୟାର କୌଣସି ସୂଚନା ପୁଲିସ ନ ପାଇବାରୁ ଏହି ମାମଲାର ତଦନ୍ତ ନ ଆଗେଇବାରୁ ଯୁବତୀଙ୍କ ବାପା କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ନିର୍ଦ୍ଦେଶ ପରେ ପୁଣି ଥରେ ପୁଲିସ ଏହି ମାମଲାର ସାନି ତଦନ୍ତ ଆରମ୍ଭ କରିଥିଲା। ଆଉ ପୁଲିସ ତଦନ୍ତରୁ ଯାହା ଜଣାପଡ଼ିଲା ସେଥିରେ ପୁଲିସର ହୋସ ଉଡ଼ିଯାଇଥିିଲା। ନିଜକୁ ମୃତ ବୋଲି ବାପା ଦ୍ୱାରା ଘୋଷଣା କରାଇ ଯବତୀ ଜଣକ ନିଜ ପ୍ରେମିକଙ୍କ ସହିତ ଯାଇ ଦିଲ୍ଲୀରେ ରହୁଥିଲେ। ତେବେ ତାଙ୍କ ମୋବୋଇଲ ଫୋନ୍‌ ଓ ଫେସ୍‌ବୁକ୍‌ ଆକାଉଣ୍ଟ ତାଙ୍କୁ ଧରାପକାଇ ଦେଇଛି। ପୁଲିସ ଦିଲ୍ଲୀରୁ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଥିବା ବେଳେ କୋର୍ଟ ଓ ପୁଲିସ୍‌କୁ ଦିଗଭ୍ରଷ୍ଟ କରାଇଥିବା ନେଇ ତାଙ୍କ ବାପାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି।


ପୁଲସ ସୂତ୍ରରୁ ପ୍ରକାଶ ଯେ, ସଫଦରଜଙ୍ଗ ଥାନା ଅଞ୍ଚଳର ହରିପ୍ରସାଦଙ୍କ ଝିଅ ରୁବି ୨୦୧୬ ମସିହାରେ ରାମ ରହରିଶଙ୍କ ପୁଅ ରାହୁଲଙ୍କୁ ବିବାହ କରିଥିଲେ। ତେବେ ହଠାତ ଦିନେ ରୁବି କେଉଁଆଡେ ଗାଏବ ହୋଇଗଲେ। ହରିପ୍ରସାଦ ଥାନାରେ ଅଭିଯୋଗ କଲେ ଯେ ଯୌତୁକ ପାଇ ରୁବିଙ୍କୁ ତାଙ୍କ ସ୍ୱାମୀ ରାହୁଲ, ଶ୍ୱଶୁର ରାମହରିଶ ଓ ଶାଶୁୁ ରୁବିଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି। ପୁଲିସ ତଦନ୍ତରୁ ହତ୍ୟାର କୌଣସି ସୁରାକ ମିଳି ନ ଥିଲା। ପରେ ହରିପ୍ରସାଦ ସ୍ଥାନୀୟ କୋର୍ଟରେ ପୁଲିସ ବିରୋଧରେ ଅଭଯୋଗ କଲେ ଯେ ପୁଲିସ ଠିକ୍‌ ତଦନ୍ତ କରୁନାହିଁ। କୋର୍ଟ ନିର୍ଦ୍ଦେଶରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ବାରବାଙ୍ଗ ଜିଲ୍ଲା ପୁଲିସ ଅଧିକ୍ଷକ ଭିପି ଶ୍ରୀବାସ୍ତବ କହନ୍ତି, ତଦନ୍ତରୁ ରୁବିଙ୍କ ଶାଶୁଘର ଲୋକଙ୍କୁ ସନ୍ଦେହ କରିବାର କୌଣସି ପ୍ରମାଣ ନ ମିଳିବାରୁ ପୁଲିସ ରୁବିଙ୍କ ମୋବାଇଲ ଫୋନକୁ ସର୍ଭିଲାନ୍ସରେ ରଖିଥିଲା। କିଛିଦିନ ପରେ ରୁବିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଆକ୍ଟିଭ୍‌ ଥିବା ଓ ଏଥିରେ ରୁବି ଫଟୋ ପୋଷ୍ଟିଂ କରୁଥିବା ଟ୍ରାକିଂରୁ ଜଣାପଡ଼ିଥିଲା। ପରେ ପୁଲିସ ଏହି ଆଧାରରେ ତଦନ୍ତ କରି ଦିଲ୍ଲୀରୁ ରୁବିଙ୍କୁ ତାଙ୍କ ପ୍ରେମିକ ରାମୁଙ୍କ ଘରୁ ଗିରଫ କରିଥିଲା। ରୁବି ପୁଲିସ ଆଗରେ କହିଛନ୍ତି ଯେ ରାମୁଙ୍କୁ ବିବାହ କରିବା ପାଇଁ ସେ ଏପରି ନାଟକ କରିଥିଲେ। ତେଣୁ ରୁବିଙ୍କୁ ଗିରଫ କରାଯାଇ ତାଙ୍କ ବାପା ହରିପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଏସପି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧିତ ଖବର