ମହିଳା ଓକିଲ ନିଜର ବରିଷ୍ଠ ସହକର୍ମୀଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ଜଣେ ମହିଳା ଓକିଲ ରବିବାର ନିଜର ବରିଷ୍ଠ ସହକର୍ମୀ ଓକିଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଦୁଷ୍କର୍ମକାରୀଙ୍କ ନାମ ସତିଶ କୁମାର ବୋଲି ଜଣାପଡ଼ିଛି। ପୂର୍ବରୁ ପୀଡିତା ସତିଶ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ।

ଲକ୍ଷ୍ମୌର ଗୋଜିପୁରରେ ବସବାସ କରୁଥିବା ପୀଡିତା କହନ୍ତି, ହାଇକୋର୍ଟରେ ବରିଷ୍ଠ ଅଧିକାରୀଙ୍କ ସହିତ ପାଖାପାଖି ତିନିବର୍ଷ ହେବ ମୁଁ ମୋର ଓକିଲାତି ଅଭ୍ୟାସ କରୁଥିଲି। ଏକଦା ସେ ମୋ ସହିତ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ଏହି ଘଟଣା ସମ୍ପର୍କରେ ଯଦି ମୁଁ କାହାକୁ କିଛି କୁହେ ତେବେ କିଛି ଭଲ ହେବ ନାହିଁ ବୋଲି ସତିଶ୍‌ ସବୁବେଳେ ଧମକ ଦେବା ସହିତ ମାରପିଟ ବି କରୁଥିଲା। ମୁଁ କିନ୍ତୁ ତାର କୌଣସି କଥା ନଶୁଣି ୨୦୧୮ ଏପ୍ରିଲ ୨୧ ତାରିଖରେ ଏନେଇ ମାମଲା ରୁଜୁ କରିଥିଲି। କିନ୍ତୁ ପୁଲିସ ଏଯାବତ୍‌ କୌଣସି ଯାଞ୍ଚ ଆରମ୍ଭ କରି ନାହିଁ। ତେବେ ମାମଲା ରୁଜୁ କରିବା ପରେ ଦୁଷ୍କର୍ମକାରୀ ମୋତେ ଓ ମୋର ପରିବାରକୁ ବାରମ୍ବାର ଧମକଚମକ ଦେବା ସହିତ ଜୀବନରୁ ମାରି ଦେବା ପାଇଁ ବି କହୁଛି।

 

 

ସମ୍ବନ୍ଧିତ ଖବର