ସ୍ୱାମୀକୁ ହତ୍ୟା କରିବା ପାଇଁ ଭିନ୍ନ ଉପାୟ ଆପଣାଇଲା ସ୍ତ୍ରୀ, ସନ୍ଦେହରୁ ବର୍ତ୍ତିବା ପାଇଁ ଖାଦ୍ୟରେ ମିଶାଉଥିଲା ଆଇଡ଼୍ରପ୍‌

ନୂଆଦିଲ୍ଲୀ : ଆମେରିକାରେ ନିଜ ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଯେଉଁ ଉପାୟ ଆପଣାଇଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହତ୍ୟାର ଅଭିଯୋଗ ନ ଆସିବା ପାଇଁ ସ୍ୱାମୀର ଖାଇବାରେ ଆଇଡ଼୍ରପ୍‌ ମିଶାଇ ଖାଇବାକୁ ଦେଉଥିଲା ସ୍ତ୍ରୀ । ଆଇ ଡ଼୍ରପ୍‌ ମିଶାଇ ଖାଇବାକୁ ଦେବାର ୩ ଦିନ ପରେ ସ୍ୱାମୀର ମୃତ୍ୟୁ ହୋଇଥିଲା । ମାତ୍ର ଏହା ସମସ୍ତଙ୍କୁ ସାଧାରଣ ମୃତ୍ୟୁ ଭଳି ଲାଗିଥିଲା । କିନ୍ତୁ ମୃତ୍ୟୁର ସପ୍ତାହ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିବା ଜଣା ପଡ଼ିଛି । ଏବେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ମହିଳାଙ୍କର ଏପରି କରିବା ପଛରେ କ’ଣ କାରଣ ଥିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ ।

ABC News

ସୂଚନା ମୁତାବକ, ଲାନା କ୍ଲେପ୍‌ଟନ୍‌ ତାଙ୍କ ସ୍ୱାମୀ ଷ୍ଟିଫନ କ୍ଲେପ୍‌ଟନ୍‌ଙ୍କୁ ଜୁଲାଇ ୧୯-୨୧ ଭିତରେ ଖାଦ୍ୟରେ ଆଇଡ଼୍ରପ୍‌ ମିଶାଇ ଦେଇଥିଲେ । ଏହା ପରେ ଷ୍ଟିଫନଙ୍କ ଶରୀର ଧିରେ ଧିରେ ଖରାପ ହେବାକୁ ଲାଗିଥିଲା । ଜୁଲାଇ୨୨ରେ ସେ ଘରର ସିଡ଼ିରୁ ପଡ଼ି ଯିବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଥମେ ଏହା ସାଧାରଣ ମୃତ୍ୟୁ ଜଣା ପଡ଼ୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଷ୍ଟିଫନଙ୍କ ଶରୀରରେ ଟେଟ୍ରାହାଇଡ଼୍ରୋଜେଲିନ୍‌ ନାମକ ରସାୟନ ମିଳିଥିଲା ।ଏହା ସାଧାରଣତଃ ଆଇ ଡ଼୍ରପ୍‌ ବା ନାଜାଲ ସ୍ପ୍ରେରେ ରହିଥାଏ । ଏ ତଥ୍ୟ ଜଣା ପଡ଼ିବା ପରେ ପୁଲିସ ଲାନା କ୍ଲେପ୍‌ଟନ୍‌ଙ୍କୁୁ ଅଟକ ରଖି ପଚାରିବା ପରେ ସେ ସବୁ ସତ ମାନି ଯାଇଥିଲେ । ଖାଇବାରେ ରସାୟନିକ ଦ୍ରବ୍ୟ ଦେଇଥିବା ସେ ସ୍ୱୀକାର କରିଥିଲେ ମଧ୍ୟ ସେ ଏହା କ’ଣ ପାଇଁ କଲେ ତାହା ଜଣା ପଡ଼ି ପାରି ନାହିଁ ।

ସମ୍ବନ୍ଧିତ ଖବର