ନିଜ ପୁଅର ପ୍ରତିଶୋଧ ନେବାକୁ ଜେଲ୍‌ ଫେରନ୍ତା ପ୍ରେମିକର ହତ୍ୟା କଲେ ମହିଳା

ଚେନ୍ନାଇ: ଚେନ୍ନାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଣେ ମହିଳା ନିଜ ପୁଅ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଜେଲ୍‌ରୁ ବାହାରିଥିବା ଜଣେ ହତ୍ୟା ଅଭିଯୁକ୍ତଙ୍କ ହତ୍ୟା କରିଛନ୍ତି। ଗତ ଫେବ୍ରୁଆରିରୁ ଜେଲ୍‌ ଯିବା ପରେ ଅଭିଯୁକ୍ତ ଜଣକ ବେଲ୍‌ରେ ବାହାରକୁ ଆସିଥିଲେ। ଗତ ୨୯ ତାରିଖରେ ମହିଳା ଜଣକ ତାଙ୍କୁ ବିଚ୍‌ ରାସ୍ତା ଉପରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଛୁରୀ ଭୁସିବା ପରେ ଘଟଣାସ୍ଥଳରେ ହିଁ ନାଗାରାଜନଙ୍କ ମୃତ୍ୟୁ ଘଟିଛି। ନାଗରାଜନଙ୍କ ହତ୍ୟା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ରକ୍ତ ଜର୍ଜରିତ ମୃତ ଦେହକୁ ଉଦ୍ଧାର କରିଥିଲା। ମୃତଦେହ ଉଦ୍ଧାର କରି ତାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଋଷି ହତ୍ୟା ମାମଲାରେ ଏହି ହତ୍ୟାର ସଂପର୍କ ରହିଛି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଉଲ୍ଲେଖଯୋଗ୍ୟ, ଜାଣିବାକୁ ମିଳିଛି ଯେ ମଞ୍ଜଲା ନାମ୍ନୀ ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ତାଙ୍କ ପୁଅକୁ ଧରି ଏକା ରହୁଥିଲେ। ସେ ସମୟରେ ତାଙ୍କର ନାଗାରାଜନଙ୍କ ସହ ସଂପର୍କ ଗଢ଼ି ଉଠିଥିଲା। ମାତ୍ର ସେ ଦୁହିଁଙ୍କ ସଂପର୍କରେ ବାଧକ ସାଜୁଥିଲା ମହିଳାଙ୍କ ୯ ବର୍ଷିଅ ପୁଅ ଋଷି। ନାଗାରାଜନ ନିଜ ସମାଧାନ କରିବା ପାଇଁ ଗତ ଫେବ୍ରୁଆରିରେ ଋଷିଙ୍କୁ ହତ୍ୟା କରିଥିଲେ। ହତ୍ୟା ଅଭିଯୋଗର ତଦନ୍ତ କରି ପୁଲିସ୍‌ ନାଗାରାଜନଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। କିଛି ମାସ ପରେ ସେ ବେଲ୍‌ରେ ବାହାରକୁ ବାହାରିବା ପରେ ଡିସେମ୍ବର ୨୯ ତାରିଖରେ ମହିଳା ଜଣକ ତାଙ୍କର ହତ୍ୟା କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର