ଓଲା କ୍ୟାବ୍‌ରେ ଯୁବତୀଙ୍କୁ ବନ୍ଦ କରି ଅସଦାଚରଣ କଲା ଡ୍ରାଇଭର୍‌

ବେଙ୍ଗାଲୁରୁ: ଗତ ରବିବାର ରାତିରେ ବାଙ୍ଗାଲୁରୁରେ ଓଲା କ୍ୟାବ୍‌ରେ ଘଟିଥିବା ଘଟଣା ଓଲା କ୍ୟାବ୍‌ ବ୍ୟବହାରକାରୀଙ୍କୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିଛି । ବେଙ୍ଗାଲୁରୁରେ ଜଣେ ଓଲା କ୍ୟାବ୍‌ ଡ଼୍ରାଇଭର ୨୩ ବର୍ଷିୟ ଯୁବତୀଙ୍କୁ କାର୍‌ ଭିତରେ ବନ୍ଦ କରିବା ସହ ଅସଦାଚରଣ କରିଥିଲା ।

ଯୁବତୀ ଜଣଙ୍କ ନିଜ ଇଜ୍ଜତ୍‌ ବଞ୍ଚାଇ ସେଠୁ ଚାଲି ଆସିଥିଲେ ମଧ୍ୟ ଡ଼୍ରାଇଭରଙ୍କ କାର୍‌ନାମା ସେଇଠି ଶେଷ ହୋଇ ନ ଥିଲା । ତା’ ପରଦିନ ସେ ଯୁବତୀ ଜଣଙ୍କୁ ଫୋନ କରି କ୍ୟାବ୍‌ ଏଗ୍ରିଗେଟରଙ୍କୁ ଏ ବିଷୟରେ ଜଣାଇଲେ ପରିଣତି ଭୟାବହ ହେବ ବୋଲି ଧମକାଇଥିଲା । ଏହି ଘଟଣାଟି ରବିବାର ରାତି ୧୦.୩୦ରେ ଘଟିଥିଲା, ଯେତେବେଳେ ଯୁବତୀ ଜଣଙ୍କ ଇନ୍ଦିରା ନଗରରୁ ବିଟିଏମ୍‌ ଲେଆଉଟ୍‌କୁ ଓଲା ଟାକ୍ସି ଭଡ଼ାକରି ଆସୁଥିଲେ।

ପୀଡ଼ିତାଙ୍କ କହିବା ଅନୁଯାୟୀ, ଚାଳକ ଜଣକ ଗାଡ଼ି ଚଳାଉଥିଲେ। ହଠାତ୍‌ ସେ ରିଙ୍ଗ୍‌ରୋଡ଼ ମଝିରେ ଗାଡ଼ି ରଖିବା ସହ କାର୍‌କୁ ଲକ୍‌ କରିଦେଇଥିଲେ । ଏହା ପରେ ସେ ପଛ ସିଟ୍‌କୁ ଆସି ମୋ ସହ ଅସଦାଚରଣ କରିଥିଲେ । ମୁଁ ଡ଼ରରେ କାର୍‌ର ଡ଼ୋରକୁ ଜୋରରେ ମାରିବାରୁ ସେ ମୋତେ ବାହାରକୁ ଫିଙ୍ଗି ଦେଇଥିଲେ । ଏହା ପରେ ସେ କାର୍‌ରୁ ବାହାରି ମୋ ସହ ଦୁଷ୍କର୍ମ କରିବା ପାଇଁ ଆସିବାରୁ ମୁଁ ସେଠାରୁ ଦଉଡ଼ି ପଳେଇ ଆସିଲି । ଏହି ଚାଳକର ନାମ ରାଜ୍‌ଶେଖର ରେଡ଼୍‍ଡ଼ି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର