ଦୁଷ୍କର୍ମ ଏବଂ ନିର୍ଯାତନାର ଶିକାର ହେବାରୁ ଫେସ୍‌ବୁକ୍‌ ଉପରେ ଅଭିଯୋଗ ଆଣିଲେ ମହିଳା, ଜାଣନ୍ତୁ କ’ଣ ଥିଲା ପୂରା ଘଟଣା…

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ସହରରେ ରହୁଥିବା ଜଣେ ମହିଳା ୧୫ବର୍ଷ ବୟସରେ ଦୁଷ୍କର୍ମ ଏବଂ ନୀର୍ଯାତନାର ଶିକାର ହୋଇଥିଲେ । ଅଭିଯୁକ୍ତ ତାଙ୍କ ସହ ଫେସ୍‌ବୁକ୍‌ ମାଧ୍ୟମରେ ଦେଖା ହୋଇଥିବା ସହ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ନିଜ ଜାଲରେ ଫସାଇ ତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିଲେ । ଯାହାର ଅଭିଯୋଗ ପୀଡ଼ିତା ଏବେ କରିଥିବା ବେଳେ ତାଙ୍କର ଏପରି ଅବସ୍ଥା ପାଇଁ ସେ ଫେସ୍‌ବୁକ୍‌କୁ ଦାୟୀ କରିଥିବା ଦେଖା ଯାଇଛି । ଫେସ୍‌ବୁକ୍‌ର କର୍ମଚାରୀମାନେ ଅଭିଯୁକ୍ତର କାର୍ଯ୍ୟକଳାପ ବିଷୟରେ ଆଗରୁ ଜାଣି ମଧ୍ୟ ତାଙ୍କୁ ସଚେତନ କରାଇ ନଥିଲେ ବୋଲି ପୀଡ଼ିତା ଅଭିଯୋଗ ଆଣିଛନ୍ତି । ସୋମବାର ପୀଡ଼ିତା ଏନେଇ ମାମଲା ଏକ ରୁଜୁ କରି ନ୍ୟାୟ ଭିକ୍ଷା କରିଥିବା ଜଣା ପଡ଼ିଛି । ଫେସ୍‌ବୁକ୍‌ ସମେତ ପୀଡ଼ିତା ଏକ ବନ୍ଦ ହୋଇ ଯାଇଥିବା େଓ୍ଵବ୍‌ସାଇଟ୍‌ ବ୍ୟାକ୍‌ପେଜ୍‌ ଡ଼ଟ୍‌ କମ୍‌ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି ।

oneindia.com

ସୂଚନା ମୁତାବକ, ୨୦୧୨ରେ ପୀଡ଼ିତା ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ଫେସ୍‌ବୁକ୍‌ ମାଧ୍ୟମରେ ଦୁହେଁ ଧିରେ ଧିରେ କଥା ହେବା ଆରମ୍ଭ କରିଥିଲେ । ଦିନେ ପୀଡ଼ିତା ନିଜ ମା’ ସହ ଝଗଡ଼ା କରି ଘରୁ ବାହାରି ଆସିବାରୁ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ଯାହା ପରେ ସେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ମାଡ଼ ମଧ୍ୟ ମାରିଥିଲେ । ଏହା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋକୁ ବ୍ୟାକ୍‌ପେଜ୍‌ ଡ଼ଟ୍‌ କମ୍‌ରେ ପୋଷ୍ଟ କରି ଦେଇଥିଲେ । ଯାହାର ଅଭିଯୋଗ ପୀଡ଼ିତା ଏବେ କରିଥିବା ବେଳେ ଫେସ୍‌ବୁକ୍‌ ନିଜ ବ୍ୟବହାରକାରୀଙ୍କ ପରିଚୟକୁ ଭଲ ଭାବରେ ଯାଞ୍ଚ ନ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧିତ ଖବର