ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ମା’ ହେଲେ ନାବାଳିକା, ଏବେ ବାହା ହେବେ ନାହିଁ ବୋଲି କହୁଛନ୍ତି ମନ୍ତ୍ରୀଙ୍କ ଭଣଜା

ରାୟପୁର : ଛତିଶଗଡ଼ର ଗୃହମନ୍ତ୍ରୀ ରାମସେବକ ପୈକାରାଙ୍କ ଭଣଜା ଉପରେ ଜଣେ ମହିଳା ଯୌନ ଶୋଷଣ ସହ ମାନସିକ ସ୍ତରରେ ପ୍ରତାରଣାର ଅଭିଯୋଗ ଆଣିଥିବା ଜଣା ପଡ଼ିଛି । ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ସମୋଦ ପୈକାରାଙ୍କ ବିରୋଧରେ ଆଇପିସି ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

Slator

ସୂଚନା ମୁତାବକ, ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଏବେ ବିବାହ କରିବାକୁ ମନା କରୁଥିବା ଅଭିଯୋଗ ନେଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ପୀଡ଼ିତା । କିନ୍ତୁ କେହି ତାଙ୍କର ଅଭିଯୋଗ ଗ୍ରହଣ କରି ନଥିଲେ । ପରେ ସେ ସର୍‌ଗୁଞ୍ଜା ରେଞ୍ଜ୍‌ର ଆଇଜିଙ୍କୁ ଭେଟି ସବୁ ଜଣାଇବା ପରେ ଏତଲା ରୁଜୁ ହୋଇଥିଲା । ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ସମୋଦ ପୈକାରା ୪ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ୨୦୧୪ରେ ସେ ସ୍କୁଲରେ ପଢ଼ୁଥିବା ବେଳେ ସମୋଦ ପୈକାରାଙ୍କୁ ଜାଣିବା ଆରମ୍ଭ କରିଥିଲେ । ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେବାରୁ ଦୁହେଁ ଲିଭ୍‌ ଇନ୍‌ରେ ରହିବାକୁ ଲାଗିଥିଲେ । କିଛି ଦିନ ପରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲା । ଝିଅ ଜନ୍ମ ହେବା ପରେ ପୀଡ଼ିତା ବିବାହ କରିବା ପାଇଁ ଅଭିଯୁକ୍ତଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ଏବେ ତୁମେ ନାବାଳିକା ପରେ ବିବାହ କଥା ଭାବିବା ବୋଲି କହି ବିବାହ ପ୍ରସ୍ତାବକୁ ବାରମ୍ବାର ଭାଙ୍ଗିଥିଲା ସମୋଦ ପୈକାରା । ପରେ ପୂରା ବିବାହ ପାଇଁ ମନା କରିବାରୁ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପାଇଁ ବାଧ୍ୟ ହୋଇଥିଲେ ।

ସମ୍ବନ୍ଧିତ ଖବର