୨ ଘଣ୍ଟା ମଧ୍ୟରେ ପୃଥକ ଭାବେ ୩ ଥର ଦୁଷ୍କର୍ମର ଶିକାର ହେଲେ ମହିଳା

ମୁମ୍ବାଇ: ନବି ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୯ ବର୍ଷୀୟା ମହିଳା ୩ ଜଣ ପୁରୁଷଙ୍କ ଦ୍ବ‌ାରା ପୃଥକ ଭାବେ ୨ ଘଣ୍ଟା ମଧ୍ୟରେ ତିନି ଥର ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ମିଳିଛି। ଫେବ୍ରୁଆରି ୧୯ ତାରିଖ ରାତିରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ବୁଧବାର ଏ ସଂପର୍କରେ ସୂଚନା ପ୍ରଦାନ କରିଛି। ଏହି ଅପରାଧରେ ଜଣେ ଅଟୋ ଚାଳକଙ୍କ ସମେତ ସାମିଲ୍‌ ଥିବା ସମୁଦାୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କର‌ାଯାଇଛି।

ଜାଣିବାକୁ ମିଳିଛି ଯେ ଫେବ୍ରୁଆରି ୧୮ ତାରିଖରେ ପୀଡ଼ିତା ଜଣକ ନିଜ ସଂପର୍କୀୟଙ୍କ ସହ ଥିଲେ। ସେ ସୁବୁରବର୍ଣ୍ଣ ଘାଟୋକପର ଟ୍ରେନ୍‌ ଫେଲ୍‌ ହୋଇ ଯାଇଥିଲେ। ଟ୍ରେନ୍‌ ଫେଲ୍‌ ହେବା ପରେ ସେ ଅନ୍ୟ ଏକ ଟ୍ରେନ୍‌ ଯୋଗେ ଥାନେ ଜିଲ୍ଲାର ମୁମ୍ବ୍ରା ରେଳବାଇ ‌ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେ ୧୮ ତାରିଖ ରାତିରେ ସେହି ଷ୍ଟେସନ୍‌ରେ ଶୋଇଥିଲେ।

ତା’ପରଦିନ ଅର୍ଥାତ ୧୯ ତାରିଖ ଦିନ ଅନ୍ୟ ଏକ ଟ୍ରେନ୍‌ ଚଢ଼ି ଦିଭା ଷ୍ଟେସନ୍‌‌ରେ ପହଞ୍ଚିଥିଲେ। ତାଙ୍କ ପାଖରେ ଜମା ବି ଟଙ୍କା ନଥିବାରୁ ସେ ସେଠାରେ ଥିବା ଜଣେ ମହିଳା ଶମ୍ରିକଙ୍କୁ ତାଙ୍କ ସୁନା ନାକ ଫୁଲ୍‌ ବିକାଇ ଦେବାକୁ କହିଥିଲେ। ମାତ୍ର ରାତି ପର୍ଯ୍ୟନ୍ତ ସେ ତାହାକୁ ବିକ୍ରି କରିପାରିନଥିଲେ। ମହିଳା ଜଣକ ଶେଷରେ ରେଳବାଇ ଷ୍ଟେସନ୍‌ରୁ ବାହାରି ରାସ୍ତାରେ ଚାଲି ଚାଲି ଯାଇଥିଲେ।

ରାତି ପ୍ରାୟ ୮.୩୦ ସମୟରେ ସେ ଜଣେ ଆଟୋ ଚାଳକକୁ ତାଙ୍କୁ ନେଇ ରେଳବାଇ ଷ୍ଟେସନ୍‌ରେ ଛାଡ଼ି ଦେବାକୁ କହିଥିଲେ। ଅଟୋ ଚାଳକ ଜଣ ସୁଯୋଗ ନେଇ ପ୍ରଥମେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ତାହାର କିଛି ସମୟ ମଧ୍ୟରେ ଆହୁରି ଦୁଇ ଜଣ ତାଙ୍କ ସହ ଏପରି କୁକାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର