ମୋଟୀ ମହିଳା ସ୍ୱର୍ଗକୁ ଯାଇ ପାରିବେ ନାହିଁ ବୋଲି ବୟାନ ଦେବା ପରେ ମଞ୍ଚ ଉପରୁ ପାଦରିଙ୍କୁ ଠେଲି ଦେଲେ ମହିଳା: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ବ୍ରାଜିଲ୍‌ର ଜଣେ ଚର୍ଚ୍ଚିତ ପାଦ୍ରିଙ୍କ ବୟାନରେ ରାଗି ଯାଇ ଜଣେ ମହିଳା ମଞ୍ଚ ଉପରୁ ତାଙ୍କୁ ପଛରୁ ଠେଲି ଦେଇଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ଜୁନ୍‌ ୧୫ ସୋମାବର ଦିନ ଘଟିଛି।

ଫାଦର ମାର୍ସେଲୋ ରୋସି ୫୦,୦୦୦ ଲୋକଙ୍କ ଗହଣରେ ଆୟୋଜିତ ହୋଇଥିବା ଏକ ଶିବିରରେ ଭାଷଣ ଦେଉଥିଲେ। ତେବେ ସୋସିଆଲ ମିଡିଆରେ ବିଭିନ୍ନ ଦାବି ଅନୁଯାୟୀ, ମହିଳା ପାଦରିକୁ ଷ୍ଟେଜରୁ ଏଥିପାଇଁ ଧକ୍କା ଦେଇଥିଲେ କାରଣ ପାଦ୍ରି ଏକ ବିବାଦୀୟ ବୟାନ ଦେଇଥିଲେ। ପାଦ୍ରିଙ୍କ ବିବାଦୀୟ ବୟାନଟି ଥିଲା ଏପରି, କି ମୋଟା ମହିଳାମାନେ ସ୍ୱର୍ଗକୁ ଯାଇ ପାରିବେ ନାହିଁ। ପାଦ୍ରିଙ୍କ ଏଭଳି ବୟାନ ଶୁଣି ମହିଳା ଉତକ୍ଷିପ୍ତ ହୋଇଯାଇଥିଲେ। ଏବଂ ମଞ୍ଚକୁ ଯାଇ ପାଦ୍ରି କିଛି ବୁଝିବା ପୂର୍ବରୁ ତାଙ୍କୁ ଧକ୍କା ଦେଇ ତଳକୁ ପକାଇ ଦେଇଥିଲେ। ଏହି ଘଟଣା ଦେଖି ଷ୍ଟେଜରେ ଛିଡା ହୋଇଥିବା ଅନ୍ୟ ପାଦ୍ରି ସ୍ତବ୍ଧ ହୋଇ ରହି ଯାଇଥିଲେ।

 

ଭିଡିଓରେ ଆପଣ ଦେଖି ପାରିବେ କି ମହିଳା କିପରି ଭାବେ ପାଦ୍ରିଙ୍କୁ ମଞ୍ଚ ଉପରୁ ଠେଲି ଦେଇଥିଲେ। ଏଭଳି କାମ କରିବାକୁ ନେଇ ମହିଳା ଗର୍ବ ଅନୁଭବ ମଧ୍ୟ କରିଛନ୍ତି। କିନ୍ତୁ ଏହି ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରି ନେଇଛନ୍ତି। କୁହାଯାଉଛି କି ମହିଳାଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ।

ସମ୍ବନ୍ଧିତ ଖବର