ମାସିକ ଧର୍ମ ନ ହେବାରୁ ପରୀକ୍ଷା କରାଇବା ପରେ ଗର୍ଭବତୀ ଅଛ ବୋଲି କହିଲେ ଡ଼ାକ୍ତର, ପରେ ପ୍ରସବ ପାଇଁ ଦିଆଯାଇଥିବା ତାରିଖରେ ବାହାରକୁ ଆସିଲା ପ୍ରକୃତ ସତ

ଚେନ୍ନାଇ: ଜନୈକା ମହିଳାଙ୍କ ପେଟରେ ଟ୍ୟୁମର ହୋଇଥିବା ବେଳେ ତାଙ୍କୁ ଗର୍ଭବତୀ ଥିବା କହିଥିଲେ ଡ଼ାକ୍ତର । ଏହା ସହ ପ୍ରସବର ତାରିଖ ମଧ୍ୟ ତାଙ୍କୁ ଦେଇ ସାରିଥିଲେ । କିନ୍ତୁ ଦିଆଯାଇଥିବା ତାରିଖରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହୋଇ ନଥିଲା । ଏହାର କାରଣ ଜାଣିବା ପାଇଁ ସେ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଡ଼ାକ୍ତରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମହିଳା । ଆପଣଙ୍କ ପେଟରେ ଥିବା ଟ୍ୟୁମରକୁ ଆମେମାନେ ଭୁଲରେ ଭ୍ରୁଣ ଭାବି ନେଇଥିଲୁ ବୋଲି କହିଥିଲେ ଡ଼ାକ୍ତର ।
ଡ଼ାକ୍ତରଙ୍କ ଏଭଳି ଅବହେଳାରେ ନିରାଶ ହୋଇ ଏବେ ପୀଡ଼ିତା ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି । କସ୍ତୁରବା ସରକାରୀ ମାତୃତ୍ୱ ଡ଼ାକ୍ତରଖାନା ବିରୋଧରେ ମାମଲା ରୁଜୁ କରି ୫ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଅଭିଯୁକ୍ତ ଡ଼ାକ୍ତରଙ୍କୁ ଦଣ୍ଡିତ କରାଯାଉ ବୋଲି ଅଦାଲତକୁ ନ୍ୟାୟ ମାଗିଛନ୍ତି ମହିଳା । ମହିଳାଙ୍କ ଏହି ଅଭିଯୋଗ ପରେ ବିଚାରପତି ଟି ରାଜା ସ୍ୱାସ୍ଥ୍ୟ ସଚିବ, ଚିକିତ୍ସା ଶିକ୍ଷା ନିର୍ଦ୍ଦେଶକ ଏବଂ ଡ଼ାକ୍ତରଖାନାର ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଥିବା ଜଣା ପଡ଼ିଛି ।

MIMS Today

ସୂଚନା ମୁତାବକ, ଅସିନା ବେଗମ, ୨୦୦୯ରେ ବିବାହ କରିଥିବା ବେଳେ ଏପ୍ରିଲ ୧୧,୨୦୧୬ରେ ମାସିକ ଧର୍ମ ନ ହେବାରୁ ସେ ଡ଼ାକ୍ତରଙ୍କୁ ପରାମର୍ଶ କରିଥିଲେ । ପରୀକ୍ଷା ପରେ ଅସିନା ଗର୍ଭବତୀ ଥିବା କହିଥିଲେ ଡ଼ାକ୍ତର । ଯାହାକୁ ଶୁଣିବା ପରେ ଅସିନାଙ୍କ ପରିବାର ଲୋକେ ଖୁସି ହୋଇ ଯାଇଥିଲେ । ନଭେମ୍ବର ୧୮,୨୦୧୬ରେ ପ୍ରସବର ତାରିଖ ଦିଆଯାଇଥିବା ବେଳେ ଅସିନାଙ୍କୁ ପ୍ରସବ ଯନ୍ତ୍ରଣା ଅନୁଭବ ହୋଇ ନଥିଲା । ଯାହା ପାଇଁ ସେ ଡ଼ାକ୍ତରଙ୍କୁ ଦେଖା କରିବା ପରେ ଆପଣଙ୍କ ପିଲା ଠିକ୍‌ ଅଛି ଏବଂ ଆପଣଙ୍କ ପ୍ରସବ ପାଇଁ ଆଉ କିଛି ଦିନ ଲାଗିବ ବୋଲି ଡ଼ାକ୍ତର ଜଣାଇଥିଲେ । ନଭେମ୍ବର ୨୧ରେ ପେଟରେ ଯନ୍ତ୍ରଣା ହେବାରୁ ଅସିନାଙ୍କୁ ଡ଼ାକ୍ତରଖାନା ନିଆଯିବା ପରେ ସେ ଗର୍ଭବତୀ ନୁହଁ ବରଂ ତାଙ୍କ ପେଟରେ ଟ୍ୟୁମର ହୋଇଥିବା କହିଥିଲେ ଡ଼ାକ୍ତର ।

ସମ୍ବନ୍ଧିତ ଖବର