ପ୍ରେମ ପାଇଁ ଅନ୍ଧ ହେଲେ ମହିଳା: ପ୍ରେମିକଙ୍କୁ ବିବାହ ପାଇଁ କିଡନୀ ବିକିବାକୁ ପଛାଇଲେନି ପ୍ରେମିକା

ବିହାର: କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରି ଦେଇଥାଏ। ଏଭଳି କହିବାର ଯଥାର୍ଥତା ରହିଛି।  ବିହାରରେ ରହୁଥିବା ଜଣେ ମହିଳା ତାଙ୍କ ପ୍ରେମିକ ପାଇଁ କିଡନୀ ବିକିବାକୁ ବାଧ୍ୟ ହୋଇଛନ୍ତି। ମହିଳା ଜଣକ ୧.୮ ଲକ୍ଷ ଟଙ୍କା ନିଜ ପ୍ରେମିକଙ୍କୁ ଦେବାର ଥିଲା। ଏହି ଟଙ୍କା ଯୋଗାଡ କରିବା ପାଇଁ ମହିଳା ନିଜ କିଡନୀ ବିକ୍ରି କରିବା ପାଇଁ ଦିଲ୍ଲୀ ପହଞ୍ଚିଥିଲେ ।

ମହିଳା ଜଣକ ଯେତେବେଳେ ଦିଲ୍ଲୀର ଏକ ହସ୍‌ପିଟାଲରେ ପହଞ୍ଚିଥିଲେ,ହସ୍‌ପିଟାଲ କର୍ତ୍ତୁପକ୍ଷଙ୍କୁ ସନ୍ଦେହ ହୋଇଥିଲା କି ଏହି ମହିଳା କିଡନୀ ବିକ୍ରି କରୁଥିବାର କୌଣସି ଗ୍ୟାଙ୍ଗ ସହିତ ସାମିଲ ନୁହନ୍ତି ତ ! ସେଥିପାଇଁ ତୁରନ୍ତ ଡାକ୍ତର ମହିଳା ହେଲପ୍‌ ଲାଇନ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ଫୋନ୍‌ ଯୋଗେ ଏହି ମହିଳାଙ୍କ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍‌ ହସ୍‌ପିଟାଲ ପହଞ୍ଚି ସମ୍ପୃକ୍ତ ମହିଳା(ଲକ୍ଷ୍ମୀ)ଙ୍କୁ ଭେଟି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି କଥାବର୍ତ୍ତା ସମୟରେ ଜଣାପଡ଼ିଥିଲା ଯେ, ଏହି ମହିଳା ଜଣକ ନିଜ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ନିଜ ପିତା-ମାତାଙ୍କ ସହିତ ବିହାରରେ ରହୁଥିଲେ। ସେଠାରେ ତାଙ୍କ ପଡୋଶୀ ଥିବା ଜଣେ ଯୁବକଙ୍କ ସହିତ ଲକ୍ଷ୍ମୀଙ୍କ ବନ୍ଧୁତା ହୋଇଥିଲା। ଲକ୍ଷ୍ମୀ ଉକ୍ତ ଯୁବକଙ୍କ ସହିତ ହସମଜା କରୁକରୁ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଏହି ବନ୍ଧୁତା ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୁହିଁଙ୍କ ଏହି ପ୍ରେମ ସମ୍ପର୍କକୁ ଗାଁ ଲୋକଙ୍କ କାନରେ ପଡ଼ିଥିଲା। ଗ୍ରାମବାସୀ ଲକ୍ଷ୍ମୀଙ୍କ ପିତା-ମାତା ଏନେଇ ଅନେକ ଟାହିଟାପରା କରୁଥିଲେ, ଝିଅକୁ ଉକ୍ତ ଯୁବକଙ୍କ ସହିତ ମିଳାମିଶା କରିବା ପାଇଁ ବାରଣ କରିଥିଲେ। କିନ୍ତୁ ଲକ୍ଷ୍ମୀ ଏଥିରେ ରାଜି ହୋଇ ନଥିଲେ। ଶେଷରେ ଲକ୍ଷ୍ମୀ ଘର ଛାଡ଼ି ମୁରଦାବାଦ ଚାଲି ଆସିଥିଲେ, ଯେଉଁଠାରେ ତାଙ୍କ ପ୍ରେମିକ କାମ କରୁଥିଲା। ସେ ମୁରାଦାବାଦରେ ନିଜ ପ୍ରେମିକ ସହିତ ବିବାହ କରିବାକୁ ଆସିଥିଲେ।

ମୁରାଦାବାଦ ଆସିବା ପରେ ଲକ୍ଷ୍ମୀଙ୍କୁ ତାଙ୍କ ପ୍ରେମିକ କହିଥିଲେ ଯେ, ମୁଁ ତୁମକୁ ସେବେ ବିବାହ କରିବି ଯେବେ ମୁଁ ମାଗିଥିବା ୧.୮ଲକ୍ଷ ଟଙ୍କା ମୋତେ ଦେବ। ଏହାପରେ ଲକ୍ଷ୍ମୀ ନିଜ ପ୍ରେମିକର ଏହି ଆଶା ପୂରଣ କରିବା ପାଇଁ ସରକାରୀ ହସ୍‌ପିଟାଲରେ କିଡନୀ ବିକ୍ରି କରିବା ପାଇଁ ସ୍ଥିର କରି ଦିଲ୍ଲୀ ଚାଲି ଅାସିଥିଲେ।

ମହିଳା ଆୟୋଗ ଲକ୍ଷ୍ମୀଙ୍କୁ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କହିଥିଲେ କିନ୍ତୁ ସେ ଏଥିରେ ରାଜି ହୋଇ ନଥିଲେ। ନିଜ ପିତା-ମାତାଙ୍କ ଘର ବିହାରକୁ ଚାଲି ଯାଇଥିଲେ। ଦିଲ୍ଲୀ ମହିଳା ଆୟୋଗ ଲକ୍ଷ୍ମୀଙ୍କ ପ୍ରେମିକ ବିରୋଧରେ ଆଇନର ସହାୟତା ନେବା ପାଇଁ ଏକ ମାମଲା ରୁଜ୍ଜୁ କରି ବିହାର ମହିଳା ଆୟୋଗଙ୍କୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର