ମୁଣ୍ଡରେ ଗୁଳି ବାଜିବା ପରେ ୭ କିଲୋମିଟର ଗାଡ଼ି ଚଳାଇ ପୁଲିସ ‌ଷ୍ଟେସନରେ ପହଞ୍ଚିଲେ ମହିଳା, ପରେ ସାମ୍ନାକୁ ଆସିଲା ପୂରା ଘଟଣା

ଚଣ୍ଡିଗଡ଼: ମୁଣ୍ଡରେ ଦୁଇଟି ଗୁଳି ଓ ମୁହଁରେ ଗୋଟେ ଗୁଳି ବାଜିବା ପରେ ମଧ୍ୟ ହାର ନ ମାନି ୭ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚଳାଇ ପୁଲିସ ଷ୍ଟେସନରେ ପହଞ୍ଚିଲେ ମହିଳା। ନିଜ ଭାଇ ଓ ନାବାଳକ ପୁତୁରା କରିଥିବା ଅପରାଧ ବିଷୟରେ ପୁଲିସକୁ ଜଣାଇବା ପାଇଁ ମହିଳାଜଣକ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ଦୁହେଁ ସୁସ୍ଥ ଥିବା ବେଳେ ମହିଳାଙ୍କ ଭାଇ ଓ ତାଙ୍କ ପୁତୁରା ବିରୋଧରେ ଏତଲା ଲେଖିଛି ପୁଲିସ।। ମହିଳାଙ୍କ ନାଁ ସୁମୀତ୍ କ‌ୌର ଓ ତାଙ୍କ ମା’ଙ୍କ ନାଁ ସୁୁଖବିନ୍ଦର କୌର୍ ବୋଲି ଜଣାପଡ଼ିଛି।

Image result for Woman with bullet injury to head drives for 7km
The Tribune India

ସୁମୀତ୍ କୌର କହନ୍ତି, ‘ବାପାଙ୍କ ମୃତ୍ୟୁ ପରେ ମା’ ଏବଂ ମୋ ଭାଗରେ ୧୬ ଏକର ଜମି ପଡ଼ିଥିଲା। କିନ୍ତୁ ଭାଇ ତାଙ୍କ ଭାଗ ନେବା ସହ ଆମ ଦୁହିଁଙ୍କ ଭାଗ ଉପରେ ମଧ୍ୟ ନଜର ପକାଇଥିଲା। ଏହି ଘଟଣା ପୂର୍ବରୁ ମଧ୍ୟ ମୋ ଉପରେ ମୋ ଭାଇ ଆକ୍ରମଣ କରିଥିଲା। ହେଲେ ସବୁଥର ମୁଁ ତାକୁ କ୍ଷମା କରି ଦେଉଥିଲି। କିନ୍ତୁ ଗୁରୁବାର ମୋ ଭାଇ ମୋତେ ଓ ମୋ ମା’ଙ୍କୁ ମାଡ଼ ମାରିବା ସହ ୧୦ମ ଶ୍ରେଣୀରେ ପଢ଼ୁଥିବା ମୋ ପୁତୁରା ମୋ ଉପ‌ରକୁ ଗୁଳି ଚଳାଇଥିଲା। ମୋ ମୁଣ୍ଡ ଓ ମୁହଁରେ ଗୁଳି ବାଜିଥିଲା। ମା’ଙ୍କ ଦେହରେ ଗୁଳି ବାଜିବା ପରେ ମୁଁ ତାଙ୍କୁ ଧରିି ସେଠାରୁ ଚାଲି ଆସି ପୁଲିସ‌ରେ ଅଭିଯୋଗ କରିଥିଲି।’

ସମ୍ବନ୍ଧିତ ଖବର